୧୧୪ ରୁ ୫୮୭ କୁ ବୃଦ୍ଧି ଭାରତରେ କରୋନା ଆକ୍ଟିଭ୍ କେସ : ୧୩୫୫ ଦିନରେ ଚିନ୍ମୟ ଫାଉଣ୍ଡେସନର ପ୍ରକ୍ରିୟାରେ କୋଭିଡ୍ କିଟ୍ ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଦିପାବଳୀ ପରେ ପରେ ଦେଶରେ କରୋନାର ମାତ୍ରା ବଢ଼ି ବଢ଼ି ୫୮୭ ରେ ପହଞ୍ଚିଛି । ଦୀପାବଳୀ ପୂର୍ବରୁ ଏହାର ସଂଖ୍ୟା ହ୍ରାସ ପାଇ ୧୧୪ ରେ ପହଞ୍ଚିଥିଲା । ଭାରତରେ ଏହାର ସ୍ଥିତି ଥିଲା ୫୧୨, ଆଜି ୫୮୭ରେ ପହଞ୍ଚିଛି । ଏହାକୁ ରୋକ୍ ନ ଲଗାଇଲେ ଏହା ଦେଶକୁ କ୍ଷତି ପହଞ୍ଚାଇ ପାରେ । ତେଣୁ ସଚେତନତା ସହ ଦେଶରୁ କୋଭିଡ୍ ମହାମାରୀର ସମ୍ପୂର୍ଣ୍ଣ ଭାବରେ ବିନାଶ ନିମନ୍ତେ ମାକ୍ସ୍ ଓ ସାନିଟାଇଜର ବ୍ୟବହାରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲାର ବାବଲପୁର ସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ନିରବଚ୍ଛିନ୍ନ ପ୍ରକ୍ରିୟାରେ ଆଜକୁ ୧୩୫୫ ଦିନ ଧରି ବିଭିନ୍ନ ସ୍ଥାନରେ ମାକ୍ସ, ସାନିଟାଇଜର ବଣ୍ଟନ ସହ ଗରିବ ଓ ଅସହାୟ ଲୋକଙ୍କୁ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ ଜାରି ରହିଛି । ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତୀୟ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଏହି କାର୍ଯ୍ୟକ୍ରମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଦିନ ସଂଖ୍ୟା ୧୩୫୪ ଓ ୧୩୫୫ (ମଙ୍ଗଳବାର ଓ ବୁଧବାର) ତା୦୫ ଡିସେମ୍ବର ଓ ୦୬ ଡିସେମ୍ବର ଦୁଇ ଦିନ ଧରି ଜାରି ରହିଥିବାର ଦେଖିବାକୁ ମିଳିଛି । ସମାଜସେବୀ ଶ୍ରୀକ୍ଷେତ୍ର ସାହୁ, ଅଜୟ ଦାସ ଓ ଅନ୍ୟମାନେ ଏହି କାର୍ଯ୍ୟକ୍ରମକୁ ଜାରି ରଖିଛନ୍ତି ।

Leave a Reply

Your email address will not be published. Required fields are marked *