ଦଶପଲ୍ଲାକୁ ରେଳ ଚଳାଚଳ ବିଳମ୍ବ ପ୍ରତିବାଦରେ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଆନ୍ଦୋଳନ ଡାକରା !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଦଶପଲ୍ଲା କୁ ରେଳ ଚଳାଚଳରେ ଅଯଥା ବିଳମ୍ବ ତଥା ବିଭିନ୍ନ ଦାବି ନେଇ ନୟାଗଡ଼ ନାଗରିକ ମଞ୍ଚପକ୍ଷରୁ ଆସନ୍ତା ୨୦ ତାରିଖରୁ ଦାବି ପୂରଣ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଡାକରା ଦିଆଯାଇଛି । ଦଶପଲ୍ଲାକୁ ଅବିଳମ୍ବେ ଟ୍ରେନ ଚଳାଚଳ ସହିତ ନୟାଗଡ଼ ଟାଉନ ଷ୍ଟେସନରେ ଅପେକ୍ଷାରତ ଯାତ୍ରୀଙ୍କ ପାଇଁ ବିଶ୍ରାମସ୍ଥଳୀର ସଂପ୍ରସାରଣ, ନୟାଗଡ଼ରୁ କଲିକତା ଏବଂ ବିଶାଖାପାଟଣାକୁ ଟ୍ରେନ ଚଳାଚଳ ଆରମ୍ଭ କରିବା, ଭୁବନେଶ୍ୱର ଏବଂ ପୁରୀକୁ ଅଧିକ ଟ୍ରେନ ଚଳାଚଳ କରିବା, ନୟାଗଡ଼ – ଖଣ୍ଡପଡ଼ା ରାସ୍ତାରେ ନିର୍ମାଣଧିନ ରେଳ ଓଭରବ୍ରିଜକୁ ଅବିଳମ୍ବେ ସମାପ୍ତ କରିବା, ଦ୍ୱିତୀୟ ପ୍ଲାଟଫର୍ମ କାର୍ଯ୍ୟ ତୁରନ୍ତ ଶେଷ କରିବା, ରାଜ୍ୟ ରାଜପଥରୁ ଷ୍ଟେସନକୁ ସଂଯୋଗ କରୁଥିବା ରାସ୍ତାର ମରାମତି ତଥା ଭୁବନେଶ୍ୱର ଠାରେ ନୂଆଗାଁ ରୋଡ଼ ଏବଂ ଭଦ୍ରକ ଟ୍ରେନ ମଧ୍ୟରେ ରହୁଥିବା ୧୦ ମିନିଟ ବ୍ୟବଧାନକୁ ଏକଘଣ୍ଟା ବୃଦ୍ଧି କରିବା ଆଦି ଦାବୀ ରହିଛି ।

Leave a Reply

Your email address will not be published. Required fields are marked *