ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : କ୍ୟାପିଟାଲ ଲ କଲେଜରେ ପହଞ୍ଚିଲେ ଅର୍ଚ୍ଚନା ନାଗ । ଓକିଲ ଲୁକ ରେ ଆସିଛନ୍ତି ପରୀକ୍ଷା ଦେବା ପାଇଁ ! ଜେଲରୁ ବାହାରିବା ପରେ ଅର୍ଚ୍ଚନା କହିଛନ୍ତି – ମୁଁ ମୁଣ୍ଡ ନୁଆଁଇବା ପିଲା ନୁହେଁ , ମୁଁ ସାମ୍ନା କରିବି । ମୋର ପରୀକ୍ଷା ଅଛି । ଆପଣ ମାନଙ୍କୁ ଧନ୍ୟବାଦ , ଯେଉଁମାନେ ମୋ ଉପରେ ଆସ୍ଥା ରଖିଛନ୍ତି ତାଙ୍କ ବିଶ୍ୱାସ ଭାଙ୍ଗିବିନି ! ଆପଣ ମାନଙ୍କୁ ସହଯୋଗ କରିବି ! କୋର୍ଟ କୁ ମଧ୍ୟ ସହଯୋଗ କରିବି ! ସବୁ ତଥ୍ୟ ପ୍ରମାଣ କୋର୍ଟ କୁ ଦେବି ! ମୁଁ ଜଣେ LAW STUDENT । ମୁଁ କୋର୍ଟ ଙ୍କ ତତ୍ୱାବଧାନ ରେ ରହିବି ! ମୋତେ ଯେଉଁ ମାନେ ଫସେଇଛନ୍ତି ସେମାନଙ୍କ ବିରୋଧରେ କୋର୍ଟ ର ଦ୍ୱାରସ୍ଥ ହେବି । ଅର୍ଚନା ନାଗ ED ମାମଲା ରେ ହାଇକୋର୍ଟ ରୁ 4ତାରିଖ ଦିନ ସର୍ତ୍ତ ମୂଳକ ଜାମିନ ପାଇଥିଲେ ! ଜାମିନ ପାଇବାର 8 ଦିନ ପରେ ଆଜି ଝାରପଡା ଜେଲରୁ ମୁକୁଳିଲେ ଅର୍ଚନା ନାଗ ! ପୂର୍ବରୁ ନୟାପଲି ଓ ଖଣ୍ଡଗିରି ମାମଲା ରେ ଜାମିନ ପାଇଥିଲେ ଅର୍ଚନା ! ଝାରପଡା ଜେଲ ରୁ ବାହାରିବା ପରେ ସତ୍ୟବିହାର ଘରେ ଅଛନ୍ତି ଅର୍ଚନା ନାଗ । ତେବେ ଅର୍ଚନା ଙ୍କ ଏପରି ବୟାନ ପରେ କେଶ ରେ ଅନ୍ୟ ବ୍ୟକ୍ତିଙ୍କ ସମ୍ପୃକ୍ତି ନେଇ ଆଲୋଚନା ଜୋର ଧରିଛି !
ମୁଁ ମୁଣ୍ଡ ନୁଆଁଇବା ପିଲା ନୁହେଁ , ସାମ୍ନା କରିବି – ଅର୍ଚ୍ଚନା ନାଗ !!!

