ସରିଲା ଚିନ୍ମୟ ଫାଉଣ୍ଡେସନର ପାଞ୍ଚ ପାଳି ଗୁରୁବାର ସେର ଝୋଟି ପ୍ରତିଯୋଗିତା : ଭାଗ ନେଲେ ୬୭୩୩ ଜଣ ପ୍ରତିଯୋଗୀ !!!

0
146

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପଲ୍ଲୀ ଚିତ୍ରକଳା ପରମ୍ପରାକୁ ସମଗ୍ର ବିଶ୍ବରେ ପରିଚିତ କରାଇବାର ସଂକଳ୍ପ ନେଇ ଯାଜପୁର ଜିଲ୍ଲାର ବାବଲପୁରସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ପାଞ୍ଚ ପାଳି ଅନ୍ ଲାଇନ୍ ଗୁରୁବାର ସେର ଝୋଟି ପ୍ରତିଯୋଗିତା ସରିଯାଇଅଛି। ଏହି ପ୍ରତିଯୋଗିତାର ପ୍ରଥମ ପାଳିରେ ୭୩୫ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବାବେଳେ ଦ୍ଵିତୀୟ ପାଳିର ପ୍ରତିଯୋଗୀଙ୍କୁ ମିଶାଇ ମୋଟ ୧୭୩୩ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଗତ ତୃତୀୟ ପାଳିର ମୋଟ ୪୬୬୨ ଜଣ ଓ ଚତୁର୍ଥ ପାଳିକୁ ମିଶାଇ ମୋଟ ୫୩୭୩ ଜଣ ଝୋଟି ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବା ବେଳେ ଆଜି ଶେଷ ପାଳିକୁ ମିଶାଇ ମୋଟ ୬୭୩୩ ଜଣ ପ୍ରତିଯୋଗୀ ଭାଗ ନେଇଥିବାର ସୂଚନା ମିଳିଛି। ଏତଦ୍ ଭିନ୍ନ ବିଭିନ୍ନ ରାଜ୍ୟର ପ୍ରବାସୀ ଓଡ଼ିଆଙ୍କ ସମେତ ଅନେକ ବିଦ୍ୟାଳୟର ପିଲାଙ୍କୁ ଏଥିରେ ସାମିଲ୍ କରାଯାଇଥିବାର ଦେଖିବାକୁ ମିଳିଛି।ଏଠାରେ ସୂଚନା ଏହିକି ଗତ କାର୍ତ୍ତିକ ପଞ୍ଚକ ପାଞ୍ଚ ଦିନରେ ମୋଟ ୫୭୩୩ଜଣ ପ୍ରତିଯୋଗୀ ମୁରୁଜ ପ୍ରତିଯୋଗିତାରେ ଓ କୁମାର ପୂର୍ଣ୍ଣିମା ପାଞ୍ଚ ସନ୍ଧ୍ୟାରେ ୧୨୫୬ଜଣ ପ୍ରତିଯୋଗୀ ଫୁଲ ଘର ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ପ୍ରତିଯୋଗୀଙ୍କ ସଂଖ୍ୟା କ୍ରମଶଃ ବଢିବାରେ ଲାଗିଛି।ସମସ୍ତ ପ୍ରତିଯୋଗିତାରେ ସଂଗୃହିତ ହୋଇଥିବା ଚିତ୍ର ଗୁଡିକୁ ବିଭିନ୍ନ ଦେଶର ଦକ୍ଷ ଚିତ୍ରକର ମାନଙ୍କ ଦ୍ଵାରା ମୂଲ୍ୟାଙ୍କନ କରାଯାଇ ଯୋଗ୍ୟ ବିବେଚିତ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ଆସନ୍ତା ଜାନୁୟାରୀ ୨୬ ତାରିଖ ଦିନ ଆନ୍ତର୍ଜାତୀୟ ସ୍ତରରେ ଅନଲାଇନ୍ ମାଧ୍ୟମରେ ପ୍ରମାଣପତ୍ର ପ୍ରଦାନ ସହ ବିଭିନ୍ନ ସମ୍ମାନରେ ସମ୍ମାନୀତ କରାଯିବ ବୋଲି ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତୀୟ ଅଧ୍ୟକ୍ଷ ଚିନ୍ମୟ ଦାଶ ମତବ୍ୟକ୍ତ କରିଛନ୍ତି।

LEAVE A REPLY

Please enter your comment!
Please enter your name here