ପଦ୍ମପୁର ଉପଜିଲ୍ଲାପାଳ ଅଫିସ ଆଗରେ ରାଜବୋରାସମ୍ବର କୃଷକ ସଂଗଠନ ର ବିକ୍ଷୋଭ !!!

Spread the love

ପଦ୍ମପୁର ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ପଦ୍ମପୁର ଉପଜିଲ୍ଲାପାଳ ଙ୍କ ଅଫିସ ସମ୍ମୁଖରେ ରାଜବୋରାସମ୍ବର କୃଷକ ସଂଗଠନ ର ଜୋରଦାର ବିକ୍ଷୋଭ ! ରାଜ୍ୟ ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇ ଉପଜିଲ୍ଲାପାଳ ଅଫିସ ଲେଖା ଯାଇଥିବା ଜାଗାରେ ଜିଲ୍ଲାପାଳ ଙ୍କ ଅଫିସ ବୋଲି ଲେଖିଲେ କୃଷକ ମାନେ ! ଏବଂ ଆଗାମୀ ଦିନରେ ଆଉ ଜୋରଦାର ବିରୋଧ ପ୍ରଦର୍ଶନ କରାଯିବା ପାଇଁ ପ୍ରସ୍ତୁତି ଚାଲୁଛି ବୋଲି ପ୍ରକାଶ କରିଛନ୍ତି ! 31 ଡିସେମ୍ବର ସୁଦ୍ଧା ପଦ୍ମପୁର କୁ ଜିଲ୍ଲା ମାନ୍ୟତା ନମିଳିବାରୁ , ପଦ୍ମପୁର ବାସି ଏବଂ ବିଭିନ୍ନ ସଂଗଠନ , ଓକିଲ ସଙ୍ଘ , ବଣିକ ସଂଗଠନ ଅସନ୍ତୋଷ ପ୍ରକାଶ କରିଛନ୍ତି ! ଆଜି ବିକ୍ଷୋଭ ସଭାରେ ରାଜବୋରାସମ୍ଭସର କୃଷକ ସଂଗଠନ ର ଆଇନ ପରାମର୍ଶଦାତା ଅଜିତ କୁମାର ଶତପଥି ଉପସ୍ଥିତ ଥିଲେ ଏବଂ ସଭାପତି ରମେଶ ମହାପାତ୍ର, ଅରବିନ୍ଦ ପଣ୍ଡା , ଗାଇସିଲଟ ସଭାପତି ଏବଂ ସମସ୍ତ ବ୍ଲକ ର କୃଷକ ନେତା ଉପସ୍ଥିତ ଥିଲେ !

Leave a Reply

Your email address will not be published. Required fields are marked *