ଅଲେଖ ମହିମା ସାଂସ୍କୃତିକ ପରିଷଦର ତୃତୀୟ ବାର୍ଷିକ ଉତ୍ସବ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ କୋତପୁର ଅଲେଖ ମହିମା ସାଂସ୍କୃତିକ ପରିଷଦର ତୃତୀୟ ବାର୍ଷିକ ଉତ୍ସବ ଇତିମଧ୍ୟରେ ମହାସମାରୋହରେ ପାଳିତ ହୋଇଯାଇ ଅଛି। ଏହି ଅବସରରେ ପରିଷଦର ପ୍ରାଣପ୍ରତିଷ୍ଠାତା ସାଧୁ ନିଲୁ ବାବାଙ୍କ ସଭାପତିତ୍ବ ତଥା ତତ୍ତ୍ଵାବଧାନରେ ଆୟୋଜିତ ସଭାକୁ ଯୁବ ସମାଜସେବୀ ତଥା ସାମ୍ୱାଦିକ ଜ୍ୟୋତିଶଙ୍କର ରାୟ ସଞ୍ଚାଳନ କରିଥିଲେ। ଅତିଥି ଭାବରେ ଖାନନଗର ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଶୁଭଶ୍ରୀ ମଲ୍ଲିକ ଯୋଗଦାନ କରି ଅନୁଷ୍ଠାନର ଆଗାମୀ ଭବିଷ୍ୟତ ସମ୍ପର୍କରେ ତାଙ୍କର ସହଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା ଭାବରେ ଚିନ୍ମୟ ଫାଉଣ୍ଡେସନର ଆନ୍ତରାର୍ଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର କାଉନସେଲର ଅଧ୍ୟାପକ ଡ଼ଃ ଚିନ୍ମୟ ଦାଶ ଯୋଗଦାନ କରି ୧୫୮୨ ଶତାବ୍ଦୀରେ ଗ୍ରୋଗୋରୀୟ ସଭ୍ୟତାର ଅଭ୍ୟୁତ୍ଥାନ, ଜାନସ୍ ଦେବତାଙ୍କ ଆରାଧନା, ପୋପ୍ ଗ୍ରୋଗେରୀଙ୍କ ଜୀବନାଲେଖ୍ୟ ସହ ସମଗ୍ର ବିଶ୍ବରେ ଇଂରାଜୀ ନବବର୍ଷ ପାଳନ ନିମନ୍ତେ ସ୍ଵୀକୃତି ସହ ପ୍ରାଚୀନ ଓ ଆଧୁନିକ ସମୟର ସାଂସ୍କୃତିକ ଭାବ ବିନ୍ୟାସର ଆଦାନ ପ୍ରଦାନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟତମ ଅତିଥି ଭାବରେ ଲକ୍ଷ୍ମଣ ବାଲାଜୀ ଡିଗ୍ରୀ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଷୟର ଅଧ୍ୟାପକ ତଥା ବର୍ଷୀୟାନ କଳାକାର ଭରତ ଚନ୍ଦ୍ର ବେହେରା,ସମାଜସେବୀ ଦେବେନ୍ଦ୍ର ବାରିକ୍, ଅଶ୍ୱିନୀ ମହାନ୍ତି, ବିଶିଷ୍ଟ ପରିବେଶବିତ୍ ତଥା ଅଭିନେତା ସୁରେଶ ଚନ୍ଦ୍ର ଦାସ ଆଦି ଯୋଗଦାନ କରି ଅନୁଷ୍ଠାନର ଧାର୍ମିକ ବିଚାରଧାରା,ସାମାଜିକ ଓ ସାଂସ୍କୃତିକ ଆଲୋଚନା ଉପରେ ଗଭୀର ଭାବରେ ଆଲୋକପାତ କରିଥିଲେ। ଦ୍ଵିତୀୟ ପର୍ଯ୍ୟାୟର ସାଂସ୍କୃତିକ କାର୍ଯ୍ୟକ୍ରମକୁ କଣ୍ଠଶିଳ୍ପୀ ରାଜେଶ କୁମାର ସାହୁ ପରିଚାଳନା କରିଥିଲେ। ଏଥିରେ ଦିନବନ୍ଧୁ ମଲ୍ଲିକ, କରୁଣାକର ମଲ୍ଲିକ, ନବକିଶୋର ମଲ୍ଲିକଙ୍କ ସମେତ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ। ଶତାଧିକ ନୃତ୍ୟ ଓ କଣ୍ଠଶିଳ୍ପୀଙ୍କ ଉଚ୍ଚକୋଟିର ନୃତ୍ୟ ଓ ସଙ୍ଗୀତ ପରିବେଷଣ ଦର୍ଶକଙ୍କ ମନ ମୋହିଥିଲା।

Leave a Reply

Your email address will not be published. Required fields are marked *