ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବଡମ୍ବା ବ୍ଲକ ରେ ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଜଗନ୍ନାଥ ଅର୍ପଣ ରଥ ର ଶୁଭାରମ୍ଭ ! ଜୟ ଜଗନ୍ନାଥ ଧ୍ୱନିରେ ଆଜି କମ୍ପୁଛି ଗାଁ ଦାଣ୍ଡ , ଚଳିତ ମାସ 17 ତାରିଖ ଦିନ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପୁରୀ ଠାରେ ହେବାକୁ ଯାଉଥିବା ପରିପ୍ରେକ୍ଷୀରେ ଆଜି ବଡମ୍ବା ବ୍ଲକ ର ରାଜବାଟୀ ଠାରେ ଥିବା ଜଗନ୍ନାଥ ଙ୍କ ଅର୍ପଣ ରଥ ର ଶୁଭାରମ୍ଭ ହୋଇଛି ! ଏହି କାର୍ଯ୍ୟକ୍ରମ ରେ ବଡମ୍ବା ରାଜବାଟୀ ର ରାଜା, ବଡମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର, ବ୍ଲକ ଅଧକ୍ଷ ରଘୁପତି ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟ ରବୀନ୍ଦ୍ର କୁମାର ସାହୁ ଉପସ୍ଥିତ ରହି କାର୍ଯ୍ୟ ସମ୍ପାଦନା କରିଥିଲେ । ବଡମ୍ବା ବ୍ଲକ ର ସାନବାରିସିଂ ଏବଂ ନିଜିଗଡ ଗ୍ରାମ ପଞ୍ଚାୟତ ରେ ଥିବା ଗ୍ରାମ ଗୁଡିକରେ ଜଗନ୍ନାଥ ଅର୍ପଣ ରଥ ଆଜି ପରିକ୍ରମା କରିଛି ! ରଥ ସହିତ ସଂକୀର୍ତନ ଦଳ ଗ୍ରାମ ପରିକ୍ରମା କରୁଥିବା ସମୟରେ ଗାଁ ମାନଙ୍କରୁ ଗୁଆ ଓ ଚାଉଳ ସଂଗ୍ରହ କରାଯାଇଛି ! ଯାହା ପରବର୍ତୀ ସମୟରେ ଶ୍ରୀ ଜଗନ୍ନାଥ ଙ୍କ ପାଖକୁ ପଠାଯିବ ବୋଲି ସୂଚନା ମିଳିଛି ! ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ରେ ସବୁ ପଂଚାୟତ ର ଲୋକ ମାନଙ୍କୁ ସାମିଲ କରିବାର ରାଜ୍ୟ ସରକାର ଙ୍କ ନିଷ୍ପତି ପରେ ଆଜିର ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଛି ଏବଂ ଏଥି ନେଇ ସମସ୍ତ ଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି ! ଆୟୋଜିତ କାର୍ଯ୍ୟକ୍ରମ ରେ ବଡମ୍ବା ମଣ୍ଡଳ ଉନ୍ନୟନ ଅଧିକାରୀ ରମେଶ କୁମାର ଜେନା, ନୋଡାଲ ଅଫିସର ଭାବେ ଗ୍ରାମ ପଂଚାୟତ ମାନଙ୍କର ପିଇଓ, ଜିଆରଏସ , ଜେଇ ମାନେ ଉପସ୍ଥିତ ଥିଲେ ! ଏହି ପରିକ୍ରମା କାର୍ଯ୍ୟକ୍ରମ ଆସନ୍ତା 13 ଜାନୁଆରୀ ପର୍ଯ୍ୟନ୍ତ ବଡମ୍ବା ବ୍ଲକ ର ବିଭିନ୍ନ ପଂଚାୟତ ରେ ଚାଲୁ ରହିବ ବୋଲି ମଣ୍ଡଳ ଉନ୍ନୟନ ଅଧିକାରୀ ଙ୍କ ନିକଟରୁ ସୂଚନା ମିଳିଛି !
ବଡମ୍ବା ବ୍ଲକ ରେ ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଜଗନ୍ନାଥ ଅର୍ପଣ ରଥ ର ଶୁଭାରମ୍ଭ !!!

