ମା ‘ଙ୍କ ମନ୍ଦିରକୁ ମିଳିନି ନିମନ୍ତ୍ରଣ : ବାଙ୍କୀ ରେ ବୁଲୁଛି ପରିକ୍ରମା ପ୍ରକଳ୍ପ ଅର୍ପଣ ରଥ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ବାଙ୍କୀର ମା ଚର୍ଚ୍ଚିକାଙ୍କୁ ଦିଆଗଲା ନାହିଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିମନ୍ତ୍ରଣ।, ବାଙ୍କୀ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରର ଦେବା ଦେବୀ ଙ୍କୁ ନିମନ୍ତ୍ରଣ କରାଯାଇଛି।କଟକର ଅଧିଷ୍ଠାତ୍ରୀ ଦେବୀ ମା ଚଣ୍ଡୀ, ନିଆଳି ର ମାଧବାନନ୍ଦ ଜୀୟୁ,ବଡମ୍ବାର ମା ଭଟ୍ଟାରିକା, ନେମାଳର ମହାପୁରୁଷ ଅଚ୍ୟୁତାନନ୍ଦ, ଝଙ୍କଡର ମା ସାରଳା କେନ୍ଦ୍ରାପଡା ର ବଳଦେବଜୀଉ କଣ୍ଟିଲୋର ନୀଳମାଧବ ଙ୍କୁ ନିମନ୍ତ୍ରଣ ଦିଆଯାଇଥିବା ବେଳେ ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା ଚର୍ଚ୍ଚିକାଙ୍କୁ କିନ୍ତୁ ନିମନ୍ତ୍ରଣ ଆସିନି।ମା ଚର୍ଚ୍ଚିକାଙ୍କର ଶ୍ରୀକ୍ଷେତ୍ର ତଥା ପୁରୀଜଗନ୍ନାଥ ମନ୍ଦିର ସହ ରହିଛି ସ୍ୱତନ୍ତ୍ର ସଂପର୍କ।ମା ଚର୍ଚ୍ଚିକାଙ୍କ ଆବାହାନ ବିନା ରଥ ଖଳାରେ ରଥଯାତ୍ରା ପାଇଁ ରଥ ତିଆରି କରାଯାଇପାରିବ ନାହିଁ। କାରଣ ରଥଖଳାର ମୂଖ୍ୟ ହେଉଛନ୍ତି ମା ଚର୍ଚ୍ଚିକା।ତାଙ୍କରି ତତ୍ତ୍ୱବଧାନରେ ନିର୍ମିତ ହୋଇଥାଏ ତିନି ରଥ।ସେଥିପାଇଁ ରଥଯାତ୍ରା ପାଇଁ ରଥ ନିର୍ମାଣ ଆରମ୍ଭ ହେବା ଦିନ ହିଁ ମା ଚର୍ଚ୍ଚିକାଙ୍କୁ ଆବାହାନୀ ତଥା ପୁଜାର୍ଚ୍ଚନା କରାଯାଇ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ କରାଯାଇଥାଏ।ଅପରପକ୍ଷରେ ମା ଚର୍ଚ୍ଚିକାଙ୍କୁ ରଥଖଳାର ସୁରକ୍ଷା ଦେବୀ ବୋଲି କୁହାଯାଏ।କିନ୍ତୁ ଆଜି ପର୍ଯ୍ୟନ୍ତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା ଚର୍ଚ୍ଚିକାଙ୍କୁ ନିମନ୍ତ୍ରଣ କରି ନଥିବାରୁ ଏହାକୁ ନେଇ ସେବାୟତ ତଥା ବାଙ୍କୀର ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।ମନ୍ଦିରର ପରିଚାଳନା କମିଟିର ସଦସ୍ୟ ତଥା ଉପନଗରପାଳ ସନ୍ତୋଷ କୁମାର ରଣା ଏଯାଏଁ ମାଙ୍କୁ ନିମନ୍ତ୍ରଣ କରାଯାଇ ନଥିବାରୁ ପୁରୀ ମନ୍ଦିର ପରିଚାଳନା କମିଟି ପ୍ରଶାସକ,ଜିଲ୍ଲାପାଳ ଙ୍କୁ ସୂଚନା ଦେଇଥିବା କହିଛନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ ମାଙ୍କୁ ନିମନ୍ତ୍ରଣ ଆସି ନଥିବାରୁ ଏହାକୁ ନେଇ ସେବାୟତ ବିଜୟ ରଣା, ଅଶୋକ ରଣା, ମୃତ୍ୟୁଞ୍ଜୟ ମହାପାତ୍ର,ଜିତନ ରଣା, ସଞ୍ଚୟ ରଣା, ଅଶ୍ୱିନୀ ମହାପାତ୍ର, ସରୋଜ ରଣା, ପ୍ରଣବ ମହାପାତ୍ର, ନୀଳମଣି ମହାପାତ୍ର ଙ୍କ ସମେତ ସମସ୍ତ ଅଞ୍ଚଳ ବାସି ତିବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଅପରପକ୍ଷରେ ମାଙ୍କୁ କଟାକ୍ଷ କରିବା ପରି ବାଙ୍କୀ ଏନ୍ଏ ସି ପକ୍ଷରୁ ଗୁଆ,ଚାଉଳ ଯୋଗାଡ଼ ପାଇ ସହରରେ ପରିକ୍ରମା କରୁଛି ରଥ ।

Leave a Reply

Your email address will not be published. Required fields are marked *