ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲାର ଆଦିବାସୀ ଅଧୁଷିତ ଅଞ୍ଚଳ ଭାବେ ପରିଚିତ ଦମିଆ ବରବରା ଓ ନୀଳାଦ୍ରି ପ୍ରସାଦ ଗ୍ରାମ ପଞ୍ଚାୟତରେ ଏବେ ବି ଅନେକ ସମସ୍ୟା ଲାଗି ରହିଛି । ଦାମିଆ ବରବରା ପଞ୍ଚାୟତ ଅଧୀନ ମହୁଲିଆ, ସୀବିଡା ଆଦି ଗ୍ରାମ ଯାହାକି ଚିଲିକା ନିର୍ବାଚନ ମଣ୍ଡଳୀ ବିଧାନ ସଭା କ୍ଷେତ୍ରରେ ଏକ ନମ୍ବର ବୁଥ୍ ଅଟେ । ଏଠାକୁ ଯାତାୟତର ବହୁ ଅସୁବିଧା ଥିବାରୁ ଓ ଏହା ବ୍ଲକ ପ୍ରଶାସନ ଠାରୁ ୩୦ କିଲୋ ମିଟର ଦୂର ହୋଇଥିବାରୁ ଗ୍ରାମବାସୀ ମାନେ ଯାତାୟତ ସମୟରେ ବହୁ ଅସୁବିଧା ର ସମ୍ମୁଖୀନ ହୁଅନ୍ତି । ଫାଇଭ ଟି ଅଧ୍ୟକ୍ଷ ଭି. କେ ପାଣ୍ଡିଆନ ଙ୍କ ବାଣପୁର ଗସ୍ତ ସମୟରେ ରାସ୍ତାଘାଟ ଓ ପାନୀୟ ଜଳ ଆଦି ସାମୁହିକ ସମସ୍ୟା ନେଇ ଗ୍ରାମବାସୀ ମାନେ ଲିଖିତ ଅଭିଯୋଗ କରିଥିଲେ । ଶୁକ୍ରବାର ବାଣପୁର ବିଡ଼ିଓ ଶୀତଲ ଅଗ୍ରୱାଲ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ସହକାରୀ ଯନ୍ତ୍ରୀ ସୁରେଶ ମଲ୍ଲିକ, ଆଦ୍ୟାସା ମହାପାତ୍ର, ଫରେଷ୍ଟର ପୂର୍ଣ୍ଣଚନ୍ଦ୍ର ସୋରେନ, ସରପଞ୍ଚ ବୀଣାପାଣି ଷଣ୍ଢ ଓ ସ୍ଥାନୀୟ ଆରାଇ ପ୍ରମୁଖ ପହଞ୍ଚି ଗ୍ରାମବାସୀଙ୍କ ଅଭିଯୋଗ ଶୁଣିବା ସହ ସେମାନଙ୍କୁ ୪ ମାସର ଚାଉଳ ଓ ଭତା ପ୍ରଦାନ କରିଥିଲେ । ସେମାନଙ୍କ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ପୁନରୁଦ୍ଧାର ସହ ନୟାଗଡ଼ ଜିଲ୍ଲାକୁ ଏକ ରାସ୍ତା ସଂଯୋଗ ନିମନ୍ତେ ରାଜ୍ୟ ସରକାରଙ୍କୁ ଏକ ପ୍ରସ୍ତାବ ଦେବାକୁ ବିଡ଼ିଓ ପ୍ରତିଶ୍ରୁତି ଦେଇଥିଲେ । ବ୍ଲକ ପ୍ରଶାସନ ସେମାନଙ୍କ ନିକଟରେ ପହଂଚି ଥିବାରୁ ଗ୍ରାମବାସୀ ମାନେ ଖୁସି ହୋଇଥିଲେ । ପରେ ଅଧିକାରୀ ମାନେ ଦାମିଆ ବରବରା ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମ ପରିଦର୍ଶନ ରେ ଯାଇ ପାନୀୟ ଜଳ ଯୋଗାଣ ଓ ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ ସହ ନବୀନ ବିଜୁ ସ୍ବାସ୍ଥ୍ୟ ଯୋଜନାରେ ଅଧିକ ସଂଖ୍ୟକ ସାମିଲ ହେବାକୁ ଗ୍ରାମବାସୀ ମାନଙ୍କୁ ଅଧିକାରୀ ମାନେ ବୁଝେଇଥିଲେ ।।
ଦୁର୍ଗମ ଅଞ୍ଚଳରେ ପହଞ୍ଚିଲା ବାଣପୁର ବ୍ଲକ ପ୍ରଶାସନ !!!

