ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : କିଟ୍ ଓ କିସ୍ ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ ଅଚ୍ୟୁତ ସାମନ୍ତ ଙ୍କ ଜନ୍ମ ଦିବସ ଅବସରରେ ରାଜଧାନୀ ଡ଼ାକ୍ତରଖାନା ରକ୍ତ କେନ୍ଦ୍ର ପରିସରରେ ରକ୍ତଦାନ ମିଶନ ରକ୍ତଦାନ, ଜାତୀୟ ଯୁବ ପ୍ରକଳ୍ପ, ପିପୁଲ୍ସ୍ ଫୋରମ୍, ମାଇଁ ନେଷ୍ଟ ଏବଂ ଓଡ଼ିଶା ପ୍ରାଇଡ ମିଳିତ ଆନୁକୁଲ୍ୟରେ ଆୟୋଜିତ ରକ୍ତଦାନ ଶିବିରକୁ ରାଜଧାନୀ ଡାକ୍ତରଖାନା ରକ୍ତ କେନ୍ଦ୍ର ନିର୍ଦ୍ଦେଶକ ଡ ଦେବାଶିଷ ମିଶ୍ର ଉଦ୍ଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବରେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ଓଡ଼ିଶା ପର୍ଯଟନ ବିଭାଗ ଉପଦେଷ୍ଟା ଦୁର୍ଗା ସାମନ୍ତରାୟ ଯୋଗଦେଇ ରକ୍ତଦାନ ସମ୍ପର୍କରେ ସମସ୍ତ ସ୍ଵେଚ୍ଛାସେବୀ ଙ୍କୁ ସୂଚନା ପ୍ରଦାନ କରିଥିଲେ । ଜାତୀୟ ଯୁବ ପ୍ରକଳ୍ପ ରାଷ୍ଟ୍ରୀୟ ଟ୍ରଷ୍ଟି ମଧୁସୂଦନ ଦାସ, ଅଧ୍ୟାପକ ରଘୁନାଥ ମଣ୍ଡଳ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଗୁନୁ ଆଚାର୍ଯ୍ୟ, ବିଭୂତି ଭୂଷଣ ସାହୁ, ନିଶିକାନ୍ତ ତାରେଣିଆ, ପ୍ରଜକ୍ତା ଦାସ, ସରୋଜ ମାଝୀ, ନୀଳକଣ୍ଠ ଦାସ ଏବଂ ହର ପ୍ରସାଦ ମହାପାତ୍ର ଶିବିର ପରିଚାଳନା କରିଥିଲେ । ଶିବିରରେ ବହୁ ସଂଖ୍ୟାରେ ସ୍ଵେଚ୍ଛାକୃତ ରକ୍ତଦାତା ରକ୍ତଦାନ କରିଥିଲେ !
କିଟ୍ ଓ କିସ୍ ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଙ୍କ ଜନ୍ମ ଦିନରେ ରକ୍ତଦାନ ଶିବିର !!!

