ପର୍ଯ୍ୟଟନ ସ୍ଥଳି ଗଣ୍ଡାହାତୀ ଜଳ ପ୍ରପାତ କୁ ପ୍ଲାଷ୍ଟିକ ମୁକ୍ତ କରିବା ଲାଗି ପାରଳାଖେମୁଣ୍ଡି ବନ ବିଭାଗ ଓ ସବୁଜ ବାହିନୀ ପକ୍ଷରୁ ସଚେତନତା ଓ ସଫେଇ କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା – ଗଣ୍ଡାହାତୀ ଜଳପ୍ରପାତ ଠାରେ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଶ୍ରୀ ଏସ ଆନନ୍ଦ ଙ୍କ ନିର୍ଦ୍ଦେଶ କ୍ରମେ ଏକ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଅନୁଷ୍ଠିତ ହୋଇ ଯାଇଛି Iଏଥିରେ ପାରଳାଖେମୁଣ୍ଡି ବନଖଣ୍ଡ ର ସହକାରୀ ବନ ସଂରକ୍ଷକ ଶ୍ରୀ ଅଶୋକ କୁମାର ବେହେରା , ବ୍ରହ୍ମପୁର ସହରର ସ୍ବେଛାସେବୀ ଅନୁଷ୍ଠାନ “ସବୁଜ ବାହିନୀ” ର ସମସ୍ତ ସଦସ୍ୟ ଏବଂ ବନ ବିଭାଗର ବନାଞ୍ଚଳ ଅଧିକାରୀ , ବନପାଳ, ବନରକ୍ଷୀ, ଏବଂ ଜଙ୍ଗଲ ସୁରକ୍ଷା କର୍ମୀ ଯୋଗଦେଇ ଗଣ୍ଡାହାତୀ ଜଳପ୍ରପାତ ଏବଂ ଆଖପାଖ ଅଂଚଳ କୁ ସଫେଇ କରିବା ସହ ବିଭିନ୍ନ ସ୍ଥାନରେ ପଡିଥିବା ପ୍ଲାଷ୍ଟିକ ବୋତଲ, ପଲିଥିନ ଗୁଡିକୁ ସଂଗ୍ରହ କରିଥିଲେ ଓ ସଚେତନତା କରାଇଥିଲେ I ଏଥିସହ ଗଣ୍ଡାହାତୀ ଜଳପ୍ରପାତ ଠାରେ ଦୋକାନୀ ମାନେ ବ୍ୟବହାର କରୁଥିବା ପ୍ଲାଷ୍ଟିକ ଓ ପଲିଥିନ ଏବଂ ବିଭିନ୍ନ ଆବର୍ଜନା କୁ ଏଣେତେଣେ ନ ଫୋପାଡ଼ି ଡଷ୍ଟବିନ ରେ ପକାଇ ତାହାର ଉପଯୁକ୍ତ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ I ସାଧାରଣ ଲୋକଙ୍କୁ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ନ କରିବାକୁ ତେଲୁଗୁ ଓ ଓଡ଼ିଆ ଭାଷାରେ ସଚେତନତା କରାଇଥିଲେ ବନ କର୍ମଚାରୀ I ଗଣ୍ଡାହାତୀ ଜଳପ୍ରପାତ ଏକ ଆକର୍ଷଣୀୟ ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ଭରପୁର Iଏଠାକୁ ବହୁ ସଂଖ୍ୟକ ପର୍ଯ୍ୟଟକ ଏହାକୁ ଉପଭୋଗ କରିବା ସହ ସ୍ନାନ ର ମଜା ନେଇ ବଣ ଭୋଜି ମଧ୍ୟ କରିଥାନ୍ତି I ତେବେ ପର୍ଯ୍ୟଟକ ମାନେ ପ୍ଲାଷ୍ଟିକ ବୋତଲ, ପଲିଥିନ ଇତ୍ୟାଦିର ବହୁଳ ବ୍ୟବହାର କରି ସେଠାରେ ଆବର୍ଜନା ଫିଙ୍ଗି ଦେଇଥାନ୍ତି Iଏହି ଅବସର ରେ ଆଜି ମୋହନା ବ୍ଲକ ର ଡେଂଗାସଖାଲ ୟୁ ଜି ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଓ ଛାତ୍ରଛାତ୍ରୀ ଆସି ପର୍ଯ୍ୟଟକ ମାନଙ୍କୁ ପ୍ଲାଷ୍ଟିକ ବ୍ୟବହାର ନ କରିବା ପାଇଁ ସଚେତନତା କରି ନିଜେ ସଫେଇ କାର୍ଯ୍ୟକ୍ରମ କରିଥିଲେ Iସେମାନେ ନିଜ ହାତ ତିଆରି କାଗଜ ବ୍ୟାଗ ଆଣି ଲୋକଙ୍କୁ ଦେଖାଇ ପ୍ଲାଷ୍ଟିକ ବ୍ୟବହାର ନ କରିବା ପାଇଁ ସଚେତନତା କରାଇଥିଲେ I ତେଣୁ ଗଣ୍ଡାହାତୀ ଜଳପ୍ରପାତ କୁ ପ୍ଲାଷ୍ଟିକ ମୁକ୍ତ କରି ଏକ ସୁନ୍ଦରମୟ ପରିବେଶ ସୃଷ୍ଟି କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଥିବା କହିଛନ୍ତି ପାରଳାଖେମୁଣ୍ଡି ବନଖଣ୍ଡ ର ସହକାରୀ ବନ ସଂରକ୍ଷକ ଶ୍ରୀ ଅଶୋକ କୁମାର ବେହେରା I ମହେନ୍ଦ୍ର ବନାଞ୍ଚଳ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ଆଚାର୍ଯ୍ୟ ଙ୍କ ସଂଯୋଜନା ରେ ହୋଇଥିବା ଏହି ଅଭିଯାନରେ ସହକାରୀ ବନ ସଂରକ୍ଷକ ଶ୍ରୀ ଅଶୋକ କୁମାର ବେହେରା ଙ୍କ ସମେତ ଦେବଗିରି ବନାଞ୍ଚଳ ଅଧିକାରୀ ଶ୍ରୀ N.D.ଶର୍ମା, କାଶୀନଗର ବନାଞ୍ଚଳ ଅଧିକାରୀ ଶ୍ରୀ ସୁଧୀର କୁମାର ବେହେରା , ସବୁଜ ବାହିନୀ ସ୍ବେଛାସେବୀ ସଂଗଠନ ର ସଭାପତି ଶିବରାମ ପାଣିଗ୍ରାହୀ , ସମ୍ପାଦକ A. ପ୍ରକାଶ ,P. ବିନୋଦ, ଗଣେଶ ପାଣଗ୍ରାହୀ, ସାଗର ପ୍ରସାଦ ପାତ୍ର, ଡେଂଗାସଖାଲ ୟୁ ଜି ଉଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରୋହିତ କୁମାର ପୋଲାଇ, ଓ ସହଯୋଗୀ ଏବଂ ସ୍କୁଲ ର ଛାତ୍ରଛାତ୍ରୀ ସହ ମହେନ୍ଦ୍ର ବନାଞ୍ଚଳ, ଦେବଗିରି ବନାଞ୍ଚଳ ର ସମସ୍ତ ବନପାଳ, ବନରକ୍ଷୀ, ଏବଂ ଜଙ୍ଗଲ ସୁରକ୍ଷା କର୍ମୀ ଅଂଶ ଗ୍ରହଣ କରିଥିଲେ Iଏହି କାର୍ଯ୍ୟକ୍ରମ କୁ ବନପାଳ M. କାମେଶ ,ଦୁର୍ଯ୍ୟୋଧନ ଜେନା, ବନରକ୍ଷୀ ସନ୍ତୋଷ କୁମାର ପରିଛା ଏବଂ ଅନ୍ୟାନ୍ୟ ଷ୍ଟାଫ ମିଶି ପରିଚାଳନା କରିଥିଲେ I

Leave a Reply

Your email address will not be published. Required fields are marked *