ପ୍ରେମିକ ଦୁଆରେ ପ୍ରେମିକାର ଧାରଣା : ଭାଙ୍ଗିଲା ବାହାଘର !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ବିବାହର ପ୍ରତିଶୃତି ଦେଇ ବାରମ୍ବାର ଦୁଷ୍କର୍ମ ଅଭିଯୋଗ l ବିବାହର ପ୍ରତିଶୃତି ଦେଇ ୫ ବର୍ଷ ପର୍ଯ୍ୟନ୍ତ ଶାରୀରିକ ସମ୍ପର୍କ ରଖିଲେ l ପ୍ରେମିକାର ଅଜାଣତରେ ଅନ୍ୟତ୍ର ବିବାହ ବେଳେ ପହଞ୍ଚିଗଲା ପ୍ରେମିକା l ପ୍ରେମିକ ଦୁଆରେ ରାତିସାରା ପ୍ରେମିକାର ଧାରଣା l ଧାରଣା ପରେ ଭାଙ୍ଗିଲା ପ୍ରେମିକର ବାହାଘର l ନୟାଗଡ଼ ଜିଲ୍ଲା ସଦର ଥାନା ଗୋଳଗୋଳା ଗାଁରେ ଘଟିଛି ଏହି ଘଟଣା l ତେବେ ପ୍ରେମିକ ଫେରାର ହୋଇଯାଇଛି l ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି l ରାତି ସାରା ପ୍ରେମିକଙ୍କ ଦୁଆରେ ଧାରଣା ଦେବା ପରେ ନୟାଗଡ଼ ସଦରଥାନା ରେ ଅଭିଯୋଗ କରିଛନ୍ତି l ପୂର୍ବରୁ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହୋଇଥିଲା l ଯୁବତୀଙ୍କ ଘର କଟକ ଅଞ୍ଚଳରେ l ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଏକ କମ୍ପାନୀରେ ଉଭୟେ ଚାକିରୀ କରିଥିଲେ l ସେବେ ଠାରୁ ପ୍ରେମ ସମ୍ପର୍କ ଗଢି ଉଠିଥିଲା l ପରେ ବିବାହର ପ୍ରତିଶୃତି ଦେଇ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି l ଏ ନେଇ ଯୁବକଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ l

Leave a Reply

Your email address will not be published. Required fields are marked *