ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ସର୍ବେଶ୍ବର ଷଡଙ୍ଗୀ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷା ରଶ୍ମିତା ମହାନ୍ତି ଅବସର ଗ୍ରହଣ କରିବା ପରେ ଉକ୍ତ ସ୍ଥାନରେ ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗ ପକ୍ଷରୁ ନୂତନ ଅଧ୍ୟକ୍ଷ ଭାବେ ଉକ୍ତ ବିଦ୍ଯାଳୟର ଓଡିଆ ବିଭାଗର ଅଧ୍ୟାପକ ସର୍ବେଶ୍ବର ଷଡଙ୍ଗୀ ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ତେବେ ନୂତନ ଅଧ୍ୟକ୍ଷ ଶ୍ରୀ ଷଡଙ୍ଗୀ ପୂର୍ବତନ ଅଧ୍ୟକ୍ଷା ରଶ୍ମିତା ମହାନ୍ତି ଙ୍କ ଠାରୁ ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି । ଏହି ବିଦ୍ୟାଳୟ ରେ ଅଧ୍ୟକ୍ଷ ଶ୍ରୀ ଷଡଙ୍ଗୀ ଦୀର୍ଘ ୩୨ ବର୍ଷ ରୁ ଉର୍ଦ୍ଧ୍ବ ତଥା ବିଦ୍ୟାଳୟ ପ୍ରାରମ୍ଭ ରୁ ଓଡିଆ ବିଭାଗର ଅଧ୍ୟାପକ ଭାବେ କାର୍ଯ୍ୟ କରି ଜଣେ ଛାତ୍ର ବତ୍ସଳ, ଉତ୍ତମ ଶିକ୍ଷକ ତଥା ସୁସାହିତ୍ଯିକ ଭାବେ ଅଞ୍ଚଳରେ ଖୁବ ସୁନାମ ଅର୍ଜନ କରିଛନ୍ତି। ପୂର୍ବରୁ ଶ୍ରୀ ଷଡଙ୍ଗୀ ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଓ ପରେ ଅଧ୍ୟାପକ ଥାଇ ବହୁ ଜରୁରୀ କାଳୀନ ଦାୟିତ୍ୱ ଭାର ଗ୍ରହଣ କରି ସୁଚାରୁ ରୂପେ ତୁଲାଇ ଆସୁଛନ୍ତି । ତତ୍ ସହିତ ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ସହ ଜଡିତ ରହି ବିଭିନ୍ନ କାର୍ଯ୍ୟକ୍ରମ ରେ ସାମିଲ ହୋଇ ସେ ଖୁବ ଲୋକପ୍ରିୟତା ହାସଲ କରିଥିବା ସହ ବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ ରେଡକ୍ରସ ର କାର୍ଯ୍ୟକ୍ରମ ଅଧିକାରୀ ଓ ଅନ୍ୟାନ୍ୟ ଦାୟିତ୍ୱ ଖୁବ ଦକ୍ଷତାର ସହକାରେ ସମ୍ପାଦନା କରି ନିଜର ନିଷ୍ଠାପରତା ପ୍ରତିପାଦିତ କରି ପାରିଛନ୍ତି । ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ପରେ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ବିଦ୍ୟାଳୟ ର ଛାତ୍ରୀ ମାନଙ୍କ ସମେତ ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତା ମାନେ ତାଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି।

Leave a Reply

Your email address will not be published. Required fields are marked *