ମା ‘ ବରୁଣେଇ ମନ୍ଦିର ପ୍ରତିଷ୍ଠା !!!

Spread the love

ପାରାଦ୍ଵୀପ ( ଆୱାଜ ମିଡିଆ ) – ଚକ୍ରବର୍ତ୍ତୀ ଓତା : ଧୁମ ଧାମ ରେ ଘଣ୍ଟ ଘଣ୍ଟା ମୃଦଙ୍ଗର ତାଳେ ତାଳେ ପ୍ରତିଷ୍ଠା ହେଲା ମା ବରୁଣେଇଙ୍କ ମନ୍ଦିର | ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ପ୍ରତାପପୁର ର ଅଧିଷ୍ଠାତ୍ରୀ ଦେବୀ ମା ବରୁଣେଇ ଙ୍କ ମନ୍ଦିର ର ପ୍ରତିଷ୍ଠା ପାଇଁ ଅନେକ ଦିନ ହେବ ଚେଷ୍ଟା ଚାଲିଥିବା ବେଳେ ଏହା ହେଉ ନଥିବା ବେଳେ , ଶେଷରେ ଏବେ ତାହା ସମ୍ଭବ ହୋଇ ପାରିଛି | ପୂଜାର୍ଚନା , ନାମ ଯଜ୍ଞ କରାଯିବା ସହ ରୀତି ନୀତି ଅନୁଯାଇ ମା ଙ୍କ ମନ୍ଦିର ପ୍ରତିଷ୍ଠା କରାଯାଇଥିବା ବେଳେ ଏହାକୁ ନେଇ ଗ୍ରାମବାସୀ ବେଶ୍ ଉତ୍ସାହିତ ହୋଇ ପଡ଼ିଛନ୍ତି । ଶହ ଶହ ବର୍ଷ ପୂର୍ବରୁ ଅଧିଷ୍ଠାତ୍ରୀ ଦେବୀ ମା ବରୁଣେଇ ଙ୍କ ଉପରେ ଆଖପାଖ ଅଞ୍ଚଳର ଲୋକଙ୍କ ଅନେକ ବିଶ୍ବାସ ରହିଛି, ଯେତେ ବାଧାବିଘ୍ନ ଆସିଲେ ସୁଧା ସବୁ ସମୟରେ ଦେବୀ ବରୁଣେଇ ମା ଘଣ୍ଟ ଘୋଡାଇ ରଖିଥାନ୍ତି। ଏମିତି କି ୧୯୯୯ ପ୍ରଳୟଙ୍କରୀ ମହାବାତ୍ୟା ରେ ଆଖପାଖ କୁଜଙ୍ଗ ଅଞ୍ଚଳର ଅନେକ ଧନଜୀବନ କ୍ଷୟକ୍ଷତି ହୋଇଥିବା ବେଳେ ମା ବରୁଣେଇ ଙ୍କ ଅପାର କରୁଣା ଯୋଗୁ ଏହି ପ୍ରତାପପୁର ବାସୀଙ୍କ କୌଣସି କ୍ଷୟକ୍ଷତି ବା ଧନଜୀବନ ନଷ୍ଟ ହୋଇ ନଥିଲା । ମା ବରୁଣେଇ ଙ୍କ ଉପରେ ଗ୍ରାମବାସୀ ଙ୍କ ଅନେକ ବିଶ୍ବାସ ରହିଥିବା ବେଳେ ଆଜି ବହୁ ଦିନର ଆଶା ମା ଙ୍କ ମନ୍ଦିର ପ୍ରତିଷ୍ଠା ହୋଇ ପାରି ଥିବାରୁ ଗ୍ରାମବାସୀ ମାନେ ଖୁସିବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *