ଲମରଜୁନା ଗ୍ରାମ ରେ ସଚେତନତା ଶିବିର !!!

Spread the love

ବରଗଡ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ଲମରଜୁନା ଗ୍ରାମ ରେ ସଚେତନତା ଶିବିର ! ବରଗଡ ଜିଲ୍ଲା ରାଜବୋରାସମ୍ବର ବ୍ଲକ ଅନ୍ତର୍ଗତ ଚାରପାଲି ଗ୍ରାମପଞ୍ଚାୟତ ର ଲମରଜୁନା ଗ୍ରାମ ରେ ଆମ ଓଡିଶା ନବୀନ ଓଡିଶା ଦ୍ୱାରା ଗ୍ରାମାଞ୍ଚଳ ଭିତ୍ତି ଭୂମି ର ବିକାଶ ରାଜ୍ୟ ସରକାର ଙ୍କ ପ୍ରୟାସ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନ କରାଯାଇଛି ! କାର୍ଯ୍ୟକ୍ରମରେ ମଣ୍ଡଳ ଉନ୍ନୟନ ଅଧିକାରୀ ଚନ୍ଦ୍ରମଣି ନାଗ ଯୋଗଦେଇ ସରକାରଙ୍କ ଯୋଜନା ସମ୍ପର୍କରେ ଅଭିଭାଷଣ ରଖିଥିଲେ ! ଲୋକଙ୍କୁ ଏ ବିଷୟରେ ସାଂସ୍କୃତିକ କାର୍ଯ୍ୟକ୍ରମ କର୍ମା, ନାଚ ପାଲା,ଦଣ୍ଡ ନୃତ୍ୟ ମାଧ୍ୟମରେ ବୁଝାଗଲା ! ଏହି କାର୍ଯ୍ୟକ୍ରମ ରେ ସମସ୍ତ ବିଭାଗ ର କର୍ମଚାରୀ ଉପସ୍ଥିତ ଥିଲେ ! ମୁଖ୍ୟ ଅତିଥି ରୂପେ ବ୍ଲକ ବିଡ଼ିଓ ଚନ୍ଦ୍ରମଣି ନାଗ ଓ ବ୍ଲକ ଅଧ୍ୟକ୍ଷ ରଂଜିତ ସିଂ ବରିହା ଯୋଗ ଦେଇଥିଲେ ! ଗ୍ରାମ ପଂଚାୟତ ଅଧିକାରୀ ମଧୁସୂଦନ ପ୍ରଧାନ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ଓ ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟ ଏବଂ ୱାର୍ଡ ମେମ୍ବର ମାନେ ଯୋଗଦେଇ ସହଯୋଗ କରିଥିଲେ !

Leave a Reply

Your email address will not be published. Required fields are marked *