ଏକାମ୍ର ବିଜେଡି ପ୍ରାର୍ଥୀ ନେଇ ପରିବର୍ତ୍ତନ ମୁଡ଼ ରେ ଛାମୁଆ କର୍ମକର୍ତ୍ତା !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ ମହାନ୍ତି : ବହିଲାଣି ନିର୍ବାଚନ ଋତୁର ପବନ , କୋଠରୀ , ଅଫିସ ଛାଡି ଏବେ ମୈଦାନରେ ନେତା ! ଆରମ୍ଭ ହେଲାଣି ଟିକେଟ ଦାବୀ ରେ ଶକ୍ତି ପ୍ରଦର୍ଶନ , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଦଳର ନୂଆ ପାୱାର କରିଡର ପାଣ୍ଡିଆନ ଙ୍କ ଫଟୋ ଥିବା ବ୍ୟାନର ମାରି ବନ୍ଧୁମିଳନ ଆରମ୍ଭ କଲେଣି ଟିକେଟ ଦାବୀଦାର ! ରାଜଧାନୀ ଭୁବନେଶ୍ୱର ରେ ଏବେ ଦେଖିବାକୁ ମିଳିଛି ଏପରି କାର୍ଯ୍ୟକ୍ରମର ଆଭାସ ! ଏକାମ୍ର ନିର୍ବାଚନ ମଣ୍ଡଳୀରେ ବେଶ ସୁବିଧାଜନକ ସ୍ଥିତିରେ ଅଛି ଶାସକ ବିଜେଡି ! ତେବେ ଦଳୀୟ କର୍ମୀଙ୍କ ଠାରୁ ମିଳିଛି ଏକ ନୂଆ ଆଭାସ , ଆସନ୍ତା ନିର୍ବାଚନରେ ଦଳୀୟ ନେତା ନୂହେଁ ବରଂ ଜନ ନେତା ଦରକାର ! ତେବେ ସିଧା ଭାବରେ କହିବାକୁ ଗଲେ , ଟିକେଟ ଦୌଡରେ ସବୁଠାରୁ ଆଗରେ ଅଛନ୍ତି ବିଜେଡିର ପୁରୁଖା ନେତା , ବର୍ତ୍ତମାନର କର୍ପୋରେଟର ବିରଂଚି ନାରାୟଣ ମହାସୁପକାର ! ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା ଙ୍କର ଜଣେ ଦୃଢ ସମର୍ଥକ ଭାବରେ ଜଣାଶୁଣା ବିରଞ୍ଚି ନାରାୟଣ ଆରମ୍ଭ କରିଛନ୍ତି ଗୋଟି ଚାଳନା ! ଆସନ୍ତା କାଲି ଆୟୋଜିତ ହେବାକୁ ଯାଉଛି ବନ୍ଧୁମିଳନ , ତେବେ ପ୍ରଥମ ଥର ବିରଞ୍ଚି ନାରାୟଣ ଙ୍କ ବ୍ୟାନର ରେ ସ୍ଥାନ ପାଇଛନ୍ତି ଭିକେ ପାଣ୍ଡିଆନ , ଆଉ ପୋଷ୍ଟର ରୁ ଆଉଟ ହୋଇଛନ୍ତି ଅଶୋକ ପଣ୍ଡା ! ତେବେ ରାଜନୀତି ସମୀକ୍ଷକ ଯାହା ମତ ଦେଉଛନ୍ତି , ଯଦି ଆସନ୍ତା ନିର୍ବାଚନ ପାଇଁ ରୁଦ୍ଧ ଦ୍ୱାର ଟିକେଟ ଫାଇନାଲ ହୁଏ ତେବେ ଅଶୋକ ପଣ୍ଡା ସେଫ ଜୋନ ରେ ! କିନ୍ତୁ ଯଦି ଏକାମ୍ର କର୍ମୀଙ୍କର ମତାମତ ଉପରେ ନିଷ୍ପତ୍ତି ହୁଏ ତେବେ ଟିକେଟ ପାଇଁ ବିରଞ୍ଚି ନାରାୟଣ ଫେଭରିଟ !

Leave a Reply

Your email address will not be published. Required fields are marked *