ରକ୍ତ ଦାନ ଶିବିର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ, ସେଞ୍ଚୁରିଅନ୍ ୟୁନିଭରସିଟି, ପାରାଲାଖେମୁଣ୍ଡି କ୍ୟାମ୍ପସ୍ ଏବଂ ୟୁଥ୍ ରେଡ୍ କ୍ରସ୍ ମିଳିତ ଭାବେ ବିଶ୍ୱବିଦ୍ୟାଳୟ ପରିସରରେ ଏକ ରକ୍ତଦାନ ଶିବିର ଆୟୋଜନ କରିଥିଲେ। ଡକ୍ଟର ପ୍ରଫୁଲ୍ଲ ପଣ୍ଡା, (ଡିନ ଇନ୍ ଚାର୍ଜ, SOET), ଡକ୍ଟର ରିତେଶ କୁମାର ( ଡିନ୍ ଛାତ୍ର ବ୍ୟାପାର )ଏବଂ ଅନ୍ୟାନ୍ୟ ଅଧ୍ୟାପକ ଏବଂ କର୍ମଚାରୀଙ୍କ ଉପସ୍ଥିତିରେ ଡକ୍ଟର ପ୍ରଜ୍ଞା ପାଣି ( ସଂଯୋଜକ , ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ) ଏହି ରକ୍ତ ଦାନ ଶିବିର କୁ ଉଦଘାଟନ କରିଥିଲେ।ଏଥିରେ ୧୧୧ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା | ରକ୍ତ ନମୁନା ସଂଗ୍ରହ ପାଇଁ ଓଡିଶା ବ୍ଲଡ ସେଣ୍ଟର ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ ପାରାଲାଖେମୁଣ୍ଡି ଦ୍ୱାରା ଖଗେଶ୍ୱର ବେହେରା ଙ୍କ ନେତୃତ୍ୱରେ ଡକ୍ଟର ଏବଂ ଟେକ୍ନିସିଆନଙ୍କ ଏକ ଟିମ୍ ଆସିଥିଲେ।ଏହି ଶିବିରକୁ ଡକ୍ଟର ସୁଶାନ୍ତ କୁମାର ପଟ୍ଟନାୟକ (ଛାତ୍ର କାର୍ଯ୍ୟକଳାପ ସଂଯୋଜକ) ପରିଚାଳନା କରିଥିଲେ , ସହକାରୀ ପ୍ରଫେସର ଡକ୍ଟର ଶୁଭ୍ରମୟ ନାୟକ ଏବଂ ସ୍କୁଲ ଅଫ୍ ମ୍ୟାନେଜମେଣ୍ଟ୍ ର ଛାତ୍ରଛାତ୍ରୀ, ସ୍ବେଚ୍ଛାସେବୀ ମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *