ଓଡ଼ଗାଁରେ ବିଜେଡି ପକ୍ଷରୁ କାର୍ଯ୍ୟକର୍ତ୍ତା ସମ୍ମିଳନୀ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଓଡ଼ଗାଁ ରାମସାଗର କଲ୍ୟାଣମଣ୍ଡପ ଠାରେ ବିଜୁ ଜନତା ଦଳ ପକ୍ଷରୁ କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଭାଜପାର ୧୮ ପରିବାର ଓ ବହୁ ମହିଳା ନେତ୍ରୀ ବିଜେଡିରେ ସାମିଲ ! ବ୍ଲକ ବିଜେଡି ସଭାପତି ସୂର୍ଯ୍ୟନାରାୟଣ ଚୌଧୁରୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ନୟାଗଡ଼ ବିଧାୟକ ପ୍ରାର୍ଥୀ ଅରୁଣ କୁମାର ସାହୁ, ପୁରୀ ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକ,ବିଜେଡି ନେତ୍ରୀ ଇରାନୀ ରାୟ, ବିରଜାଲକ୍ଷ୍ମୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ନୟାଗଡ଼ ପ୍ରାର୍ଥୀ ଡ଼ ଅରୁଣ କୁମାର ସାହୁ ନୀତି ଗତ ଲଢେଇରେ ବ୍ୟକ୍ତିଗତ ସ୍ତରକୁ ଯିବା ମୋର ଅଭ୍ୟାସ ନାହିଁ , କିନ୍ତୁ ତାହା ଏବେ ଭାରତବର୍ଷରେ ଚାଲିଛି ବୋଲି କହିଥିଲେ । ନୟାଗଡ଼ରେ ଏବେ କିଛି ଲକ୍ଷ୍ମୀ ଛଡା,ଗୋଷ୍ଠୀ ଛଡା ଓ ଘର ଛଡା ମାତିଛନ୍ତି ଏବଂ ନୟାଗଡ଼ ଜନସାଧାରଣ ତାଙ୍କୁ ପ୍ରତ୍ୟାଖାନ କରିଛନ୍ତି ଓ ସେମାନେ ହାରିବାଟା ଥୟ ବୋଲି କହିଥିଲେ । ଠିକ ସେହିପରି ଅରୁପ ପଟ୍ଟନାୟକ ଜଣେ ଭଲ ମଣିଷ । ବିଗତ ୩୦ ବର୍ଷ ମଧ୍ୟରେ ସେ ଏକ କ୍ୟାନ୍ସର ଫାଉଣ୍ଡେସନ ସ୍ଥାପନ କରି ୧୦ ହଜାରରୁ ଉର୍ଦ୍ଧ୍ବ ରୋଗୀଙ୍କ ଚିକିତ୍ସା କରିଛନ୍ତି ଓ କୋଭିଡ ମହାମାରୀ ସମୟରେ ୧ ହଜାରରୁ ଉର୍ଦ୍ଧ୍ବ ଅଚିହ୍ନା ଶବକୁ ସଂସ୍କାର କରି ନିଜ ମହନୀୟତାର ପରିଚୟ ଦେଇଛନ୍ତି । ତେଣୁ ଆଗାମୀ ଦିନରେ ଡବଲ ଶଙ୍ଖରେ ଭୋଟ ଦେଇ ଶହେ ଶହେ ରେ ଜିତାଇବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଶର ଦୀର୍ଘତମ ଶାସନ କରିଥିବା ମୁଖ୍ୟମନ୍ତ୍ରୀ ରୂପେ ପରିଗଣିତ କରିବା ପାଇଁ କର୍ମୀଙ୍କୁ ଆହ୍ଵାନ ଦେଇଥିଲେ । ଏହି ଅବସରରେ ସଦ୍ୟ ସଦ୍ୟ ଭାଜପା ଛାଡି ବିଜୁ ଜନତା ଦଳରେ ସାମିଲ ହୋଇଥିବା ଇରାନୀ ରାୟ ଡ଼ ଅରୁଣ କୁମାର ସାହୁ ଓଡିଶା ରାଜନୀତିର ଭୀଷ୍ମ ପିତାମହ କହି ସମ୍ବୋଧନ କରିବା ସହ ବିଜେପି ଦଳର ବାପା ମା’ କେହି ନାହାନ୍ତି ବୋଲି କଟାକ୍ଷ କରିଥିଲେ । ଠିକ ସେହିପରି ପୁରୀ ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକ ଅରୁଣ କୁମାର ସାହୁଙ୍କ ଠାରୁ ସମୟାନୁବର୍ତ୍ତିତା ଗୁଣ ଶିଖିବାର ଆବଶ୍ୟକତା ଅଛି ବୋଲି ପ୍ରକାଶ କରିଥିଲେ । ପୁଲିସ ଚାକିରୀ ସମୟରେ ସାଇଜ କରୁଥିବା ବେଳେ ଏବେ ଲୋକଙ୍କ ସେବା କରିବାକୁ ଆସିଛି ବୋଲି କହିଥିଲେ । ଠିକ ସେହିପରି ୪୦ ହଜାରରୁ ଉର୍ଦ୍ଧ୍ବ ଭୋଟରେ ଅରୁଣ ବିଜୟ ହାସଲ କରିବେ ବୋଲି ସୂର୍ଯ୍ୟନାରାୟଣ ଚୌଧୁରୀ କହିଥିଲେ । ଏହି ଅବସରରେ ଭାରତୀୟ ଜନତା ପାର୍ଟି ଛାଡି କେନ୍ଦୁପଡା ଗ୍ରାମର ୧୭ ପରିବାର ଓ ବହୁ ମହିଳା ନେତ୍ରୀ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ସମସ୍ତଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ କରାଯାଇଥିଲା ଓ ଆଗାମୀ ଦିନରେ ଦଳ ପାଇଁ କାର୍ଯ୍ୟ କରିବାକୁ ଶପଥ ନେଇଥିଲେ । ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ସମବାୟ ସଭାପତି ବିଭୁପ୍ରସାଦ ସାହୁ, ନିତ୍ୟାନନ୍ଦ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *