୮୯ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ବେତାଗୁଡା ରିଜର୍ଭ ପୋଲିସ ପଡ଼ିଆରେ ୮୯ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପୋଲିସ ବାହିନୀ ପକ୍ଷରୁ ଚିତାକର୍ଷକ ପ୍ୟାରେଡ଼ କରାଯାଇଥିଲା । ଗଜପତି ଏସ୍ ପି ସ୍ବାତି ଏସ କୁମାର ପ୍ୟାରେଡ଼ର ଅଭିବାଦନ ଗ୍ରହଣ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଓ ରାଜ୍ୟପାଳଙ୍କ ବାର୍ତ୍ତା ପଠନ କରିଥିଲେ । ବିଭିନ୍ନ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ ଦକ୍ଷତା ପାଇଁ ପୋଲିସ କର୍ମୀମାନଙ୍କୁ ପୁରସ୍କୃତ କରାଯାଇଥିଲା । 1936 ମସିହା ଏପ୍ରିଲ 1 ତାରିଖରେ ଓଡ଼ିଶା ଏକ ସ୍ୱତନ୍ତ୍ର ରାଜ୍ୟରେ ମାନ୍ୟତା ପାଇବା ସାଙ୍ଗକୁ ରାଜ୍ୟରେ ସୁରକ୍ଷା ଓ ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ ଓଡ଼ିଶା ପୋଲିସ ବାହିନୀ ଗଠନ କରାଯାଇଥିଲା , ସେହିଦିନ ଠାରୁ ଓଡ଼ିଶା ପୋଲିସ ଦକ୍ଷତାର ସହିତ କାର୍ଯ୍ୟ ସମ୍ପାଦନ କରି ସାରା ଦେଶରେ ସୁନାମ ଅର୍ଜନ କରି ଆସିଛି । ଆଇନ ଶୃଙ୍ଖଳା ରକ୍ଷା,ଚୋରୀ, ଡକାୟତି ନିୟନ୍ତ୍ରଣ ଜନସାଧାରଣଙ୍କ ଧନ ଜୀବନ ଓ ସମ୍ପତ୍ତିର ସୁରକ୍ଷା ସାଙ୍ଗକୁ ଓଡ଼ିଶା ପୋଲିସ ବିପନ୍ନ ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ ଜନ ସାଧାରଣଙ୍କୁ ନିରବଚ୍ଛିନ୍ନ ସେବା ଓ ସୁରକ୍ଷା ଯୋଗାଇ ଆସୁଛି।ବହୁ କଷ୍ଟ ସହ୍ୟ କରି ବିନା ବିଶ୍ରାମରେ ଜନ ସାଧାରଣଙ୍କ ହିତ କାର୍ଯ୍ୟ କରୁଥିବା ପୋଲିସ ବାହିନୀର ମୁଖ୍ୟ ଅସ୍ତ୍ର ହେଉଛି ଜନ ସାଧାରଣଙ୍କ ସାହାଯ୍ୟ ଓ ସହଯୋଗ ବୋଲି ନିଜ ଅଭିଭାଷଣରେ ଏସ୍ ପି ସ୍ବାତି ଏସ କୁମାର କହିଥିଲେ । ଏହି କାର୍ଯ୍ୟକ୍ରମ ରେ ପୋଲିସ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *