୧୦ ଟି ଗାଁରେ ଦ୍ୱାର ଦ୍ୱାର ବୁଲି ପ୍ରଚାରକୁ ଜୋରଦାର କଲେ ଅରୁଣ : ବହୁ ମହିଳା ସାମିଲ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ର ୧୦ ଟି ଗାଁରେ ଦ୍ୱାର ଦ୍ୱାର ବୁଲି ପ୍ରଚାରକୁ ଜୋରଦାର କଲେ ଅରୁଣ , ବହୁ ମହିଳା ସାମିଲ , ଜନତାଙ୍କ ପାଖରେ ରଖିଲେ ନବୀନଙ୍କ ବିକାଶର କଥା ! ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୟାଗଡ଼ ବିଧାନସଭା ବିଜେଡି ପ୍ରାର୍ଥୀ ଭାବେ ଡ. ଅରୁଣ କୁମାର ସାହୁଙ୍କ ନାମ ଘୋଷଣା ପରେ ବିଜେଡି ଏବେ ଦିନକୁ ଦିନ ଶକ୍ତିଶାଳୀ ହେବାରେ ଲାଗିଛି । ଲଗାତର ଭାବେ ବିରୋଧୀ ଗୋଷ୍ଠିର ବହୁ ଛାତ୍ର, ଯୁବ ଓ ମହିଳା ମାନେ ବିଜେଡିରେ ସାମିଲ ହେବାରେ ଲାଗିଛନ୍ତି । ଏଥି ସହିତ ଡ. ସାହୁ ଓଡ଼ଗାଁ ବ୍ଲକରେ ପ୍ରଚାର କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି । ଆଜି ନୟାଗଡ଼ ବ୍ଲକ ଭାଟସାହି ପଞ୍ଚାୟତର ୧୦ ଗୋଟି ଗ୍ରାମରେ ଖରା ତାତି ମଧ୍ୟରେ ପ୍ରଚାର କାର୍ଯ୍ୟକୁ ଯୋର କରିଛନ୍ତି । ଦ୍ୱାର ଦ୍ୱାର ବୁଲି ଭୋଟରଙ୍କ ନିକଟତର ହୋଇଛନ୍ତି । ଆଜି ଭାଟସାହି ପଞ୍ଚାୟତର ଶିଆଳିଖାଲ, ଗୋପାଳ ସାହି, କଲ୍ୟାଣପୁର, ବାରପଲ୍ଲା, ପଣ୍ଡୁସର ସାହି, ଶୁଳିଆ, ଡିଆଁପଡ଼ା, ପଥରକଟା, ଅସନପଲ୍ଲୀ ଓ ବିରାଡ଼ି ସାହି ଗ୍ରାମରେ ପ୍ରଚାର କାର୍ଯ୍ୟକୁ ଯୋରଦାର କରିଛନ୍ତି । ଆଜିର ଏହି ପ୍ରଚାର କାର୍ଯ୍ୟରେ ବହୁ ମହିଳା ମାନେ ସାମିଲ ହୋଇଥିବା ଦେଖାଯାଇଥିଲା । ବିରାଡ଼ି ସାହି ଠାରେ ଡ. ସାହୁ ଜନତାଙ୍କ ପାଖରେ ନବୀନଙ୍କ ବିକାଶର କଥା ପ୍ରକାଶ କରିଥିଲେ । ଏଥି ସହିତ ଭାଟସାହି ପଞ୍ଚାୟତରେ ହୋଇଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ୨୦୨୪ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ସର୍ବ ଭାରତୀୟ ସ୍ତରରେ ରେକର୍ଡ ସୃଷ୍ଟି କରିବାକୁ ଯାଉଛନ୍ତି । ସେଥି ନିମନ୍ତେ ସମସ୍ତେ ବିଜୁ ଜନତା ଦଳକୁ ଶକ୍ତିଶାଳୀ କରିବା ପାଇଁ ପ୍ରାଧାନ୍ୟ ଦେଇଛନ୍ତି । ଆଗାମୀ ନିର୍ବାଚନରେ ବିଜେଡିର ପୁରୀ ଲୋକସଭା ପ୍ରାର୍ଥୀ ଅରୁପ ପଟ୍ଟନାୟକଙ୍କୁ ବିପୁଳ ପରିମାଣରେ ଭୋଟ ଦେବା ପାଇଁ ସେ ନିବେଦନ କରିଥିଲେ । ଓଡିଶାର ପ୍ରତ୍ୟେକ ବିକାଶ କାର୍ଯ୍ୟରେ ନବୀନଙ୍କର ସ୍ପର୍ଶ ରହିଛି । ଯେଉଁଠି ନବୀନ ପାଦ ଥାପିଛନ୍ତି ସେଠାରେ ବିକାଶ ଆପେ ଆପେ ହୋଇଛି । ନୟାଗଡ଼ ନିର୍ବାଚନ ମଣ୍ଡଳୀକୁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳୀ ଭାବେ ଗଢ଼ି ତୋଳିବା ପାଇଁ ଅନେକ ବହୁ ଅର୍ଥରାଶି ପ୍ରଦାନ କରିଛନ୍ତି । ଯେଉଁଥିପାଇଁ ବିଭିନ୍ନ ରାସ୍ତାଘାଟ ଠାରୁ ଆରମ୍ଭ କରି ପିଇବା ପାଣି, ୫-ଟି ମାଧ୍ୟମରେ ସ୍କୁଲ ରୁପାନ୍ତରିତ କାର୍ଯ୍ୟ ହୋଇପାରିଛି । ମଧୁବାବୁ ପେନ୍‌ସନ୍ ଯୋଜନାଠାରୁ ଆରମ୍ଭ କରି ବାର୍ଦ୍ଧକ୍ୟ ଭତ୍ତା, ବିଦ୍ଧବା ଭତ୍ତା ଓ ସର୍ବପରି ମମତା ଯୋଜନା ଅର୍ଥରାଶିକୁ ବୃଦ୍ଧି କରିଛନ୍ତି । ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଜନାରେ ଅନେକ ଗରୀବ ଲୋକମାନେ ବିଭିନ୍ନ ସରକାରୀ ଓ ବେସରକାରୀ ଡାକ୍ତରଖାନା ମାନଙ୍କରେ ଉତ୍ତମ ସ୍ୱାସ୍ଥ୍ୟ ପାଇ ପାରୁଛନ୍ତି । ଯେଉଁ ଯୋଜନା ସର୍ବ ଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛି । ଆଜିର ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ସ୍ଥାନୀୟ ସରପଞ୍ଚ ସାରଦା ସାହୁ, ସମିତି ସଭ୍ୟା ସବିତା ପ୍ରଧାନ, ଭାଟସାହି ପଞ୍ଚାୟତ ବିଜେଡି ସଭାପତି ଦିଲ୍ଲୀପ କୁମାର ମିଶ୍ର, ଶ୍ରମିକ ନେତା ପ୍ରମୋଦ କୁମାର ମହାରଣା, ବରିଷ୍ଠ ବିଜେଡି ନେତା ପବିତ୍ର ସ୍ୱାଇଁ, ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜେଡି ସଭାପତି ଗଙ୍ଗାଧର ପଣ୍ଡା, ନୟାଗଡ଼ ଜିଲ୍ଲା ବିଜେଡି ଉପସଭାପତି ପଦ୍ମ ଉଦୟ ଭାନୁ ଓ ବ୍ଲକ ବିଜେଡି ସଭାପତି ଅଜିତ୍ ପ୍ରସାଦ ସାହୁ ପ୍ରମୁଖ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *