ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କାଳିଆପାଣି ଥାନା ଅନ୍ତର୍ଗତ ଗିରୀଙ୍ଗାମାଳି ଗ୍ରାମ ପାଖ ଜଙ୍ଗଲରେ ଥିବା ଗଛରେ ରଶି ଲଗାଇ ଜଣେ ଯୁବକ ମୃତ । ସୂଚନା ମୁତାବକ ସ୍ଥାନୀୟ ବାସିନ୍ଦା ଶୁକୁରା ମୁଣ୍ଡା ଏକ ଘଟଣାକୁ ନେଇ ଗିରଫ ହୋଇ ଜିଲ୍ଲା କାରାଗାରରେ ସଜା ପାଉଥିଲେ । ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କର ଚିକିତ୍ସା ନିମନ୍ତେ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଥିବା ବେଳେ ଶୁକୁରା ମୁଣ୍ଡା ସେଠାରୁ ସୋମବାର ଦିନ ଖସି ପଳାଇ ଆସିଥିଲେ । ତାଙ୍କୁ ପୋଲିସ ବହୁତ ଖୋଜାଖୋଜି କରୁଥିବା ବେଳେ ଆଜି ସକାଳୁ ଗିରୀଙ୍ଗାମାଳି ଗ୍ରାମ ପାଖ ଜଙ୍ଗଲରେ ଥିବା ଗଛରୁ ଝୁଲନ୍ତା ଅବସ୍ଥାରେ ଶବ ଉଦ୍ଧାର କରିଛି ପୋଲିସ ।
ଗିରୀଙ୍ଗାମାଳି ଗ୍ରାମ ପାଖ ଜଙ୍ଗଲରେ ରଶି ଲଗାଇ ଯୁବକ ମୃତ !!!

