ବିଜେଡି କର୍ମୀ ସମାବେଶ କାର୍ଯ୍ୟକ୍ରମରେ ଯୋଗଦେଲେନି କର୍ମୀ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ମଞ୍ଚରେ ନେତା, ତଳେ ଚେୟାର ଫାଙ୍କା । ପାଟକୁରାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ରାଜନୀତି ଉଷ୍ମତା । ବିଜେପିରୁ ତେଜେଶ୍ୱର ପରିଡା ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ରୁ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ରଙ୍କୁ ଟିକେଟ ଦେଇଛି ଦଳ । ଅନ୍ୟ ପକ୍ଷରେ କଂଗ୍ରେସରୁ ଟିକେଟ ପାଇଛନ୍ତି ରତିକାନ୍ତ କାନୁନଗୋ । ତେବେ ରାଜ୍ୟ ରାଜନୀତିରେ ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ପାଟକୁରା ନିର୍ବାଚନ ମଣ୍ଡଳୀ ଏବେ ପରିବର୍ତନ କୁ ନେଇ ଚା ଖଟିରେ ଚର୍ଚ୍ଚା । ପାଟକୁରା ବିଜେଡିର ବ୍ଲକ ସ୍ତରୀୟ କର୍ମୀ ସମିଳନୀ ଡେରାବିଶ ପଲେଇ ପଞ୍ଚାୟତ ଡଗର ପଡିଆ ଠାରେ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା , ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି, ବିଧାୟକ ପ୍ରାର୍ଥୀ ଅରବିନ୍ଦ ମହାପାତ୍ର ଏବଂ ବ୍ଲକ ବିଜେଡି ସଭାପତି ଦେବାଶିଷ ଆଚାର୍ଯ୍ୟଙ୍କ ସମେତ ଅନ୍ୟ କିଛି ଦଳୟ କର୍ମୀ ଯୋଗ ଦେଇଥିଲେ । ତେବେ ଯୋଗ ଦେଇନଥିଲେ ଅନେକ ବିଜେଡି ନେତା ଓ କର୍ମୀ । ଯାହା ପ୍ରମାଣିତ କରିଛି ତଳେ ପଡ଼ିଥିବା ଏହି ଚେୟାର ଗୁଡିକ । ଯାହା ଶୁଣିବାକୁ ମିଳୁଛି ଯେ ଅରବିନ୍ଦଙ୍କ ପାଇଁ ସାଂସଦ ପ୍ରାର୍ଥୀ ଅଂଶୁମାନଙ୍କ ଭୋଟ ବି କମିପାରେ । ଅନ୍ୟ ପକ୍ଷରେ ଯେଉଁ କର୍ମୀ ମାନେ ବାପା ବିଜୟ ମହାପାତ୍ରଙ୍କ ପାଇଁ କାର୍ଯ୍ୟ କରି ତିନି ତିନି ଥର ବିଧାନସଭା କୁ ପଠେଇ ପାରିନଥିଲେ ଏବେ ସେହି କର୍ମୀଙ୍କ ହାତରେ ଅରବିନ୍ଦଙ୍କ ଦାୟିତ୍ୱ । ସେଥିପାଇଁ ଅନେକ ପୁରୁଣା ବିଜେଡି କର୍ମୀଙ୍କୁ ଅଣଦେଖା କରାଯାଉଥିବା ଆମ କ୍ୟାମେରା ପଛରେ କହିଛନ୍ତି କିଛି ବିଜେଡି କର୍ମୀ । ତେବେ ଆଗାମୀ ନିର୍ବାଚନ କହିବ କେତେ ସଂଖ୍ୟା ଭୋଟ ବ୍ୟବଧାନରେ ବିଜୟ ହେଉଛନ୍ତି ଅରବିନ୍ଦ ନାଁ ପରାଜୟ l

Leave a Reply

Your email address will not be published. Required fields are marked *