ବେଆଇନ ଗୋ ଚାଲାଣ ବେଳେ ୫୬ ଗୋରୁ ଦୟନୀୟ ଅବସ୍ଥା ରେ ଉଦ୍ଧାର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବେଆଇନ ଗୋ ଚାଲାଣ ବେଳେ ୫୬ ଗୋରୁ ଦୟନୀୟ ଅବସ୍ଥା ରେ ଉଦ୍ଧାର ! ପାହାନ୍ତିଆ ସମୟରେ ନାଚୁଣୀ ଥାନା ନିକଟସ୍ଥ କଉଡ଼ି ଖଣି ଛକ ଠାରେ ଏକ ନମ୍ବର ବିହୀନ ଆଇଚର ଟ୍ରକରେ ଅତି ଦୟନୀୟ ଅବସ୍ଥାରେ ଚାଲାଣ କରାଯାଉଥିବା ଗୋରୁ ମାନଙ୍କୁ ଉଦ୍ଧାର କରାଯାଇଛି। ଏଥିରେ ୩୬ ଟି ଗାଈ ୨୦ ଟି ଷଣ୍ଢ ସମେତ ସମୁଦାୟ ୫୬ ଟି ଗୋରୁ ଙ୍କୁ ଅମାନୁଷିକ ଭାବେ ଦୀକ୍ଷିତପଡା ରୁ ହାଇଦ୍ରାବାଦ ଚାଲଣ କରାଯାଉଥିଲା ! ଗୋରୁ ବୋଝେଇ ଗାଡି କୁ ଆଗପଟୁ ଓ ପଛପଟୁ କିଛି ଅସାମାଜିକ ବ୍ୟକ୍ତି ଦୁଇଟି କାର ରେ ସଶସ୍ତ୍ର ସୁରକ୍ଷା ଦେଉଥିବା , ଗୋ ସୁରକ୍ଷା ସଂଗଠନ ର କର୍ମୀଙ୍କ ଠାରୁ ଖବର ପାଇ ନାଚୁଣୀ ପୋଲିସ ପେଟ୍ରୋଲିଙ୍ଗ ପାର୍ଟି ର ମହେଶ୍ୱର ଦାସ, ଅରୁଣ ପୁରୀ, ହେମନ୍ତ ପାତ୍ର ଟ୍ରକକୁ ଅଟକାଇ ଥିବା ବେଳେ ଅସାମାଜିକ ବ୍ୟକ୍ତି ମାନେ ଓ ଗୋରୁ ବୋଝେଇ ଗାଡି ର ଡ୍ରାଇଭର ଓ ହେଲ୍ପର ଘଟଣାସ୍ଥଳ ରୁ ଫେରାର ହୋଇ ଯାଇଥିଲେ । ପୋଲିସ ଗାଡି କୁ ଜବତ କରିବା ସହ ଉଦ୍ଧାର ଗାଈ ଗୋରୁ ଙ୍କୁ ଭୁବନେଶ୍ୱର ସ୍ଥିତ ପିପୁଲ ଫର ଆନିମଲ ର ଗୋଶାଳା କୁ ପଠାଇ ଦେଇଛି ।

Leave a Reply

Your email address will not be published. Required fields are marked *