20 କ୍ୟୁଣ୍ଟାଲ ମହୁଲ ଜବତ ଓ 2 ଅଭିଯୁକ୍ତ ଗିରଫ : ପାରଳା ଅବକାରୀ ବିଭାଗ ର ସୂଚନା

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ଅବକାରୀ ଥାନା ପକ୍ଷରୁ ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ସାହୁଙ୍କ ନିର୍ଦ୍ଦେଶନାରେ ଚଢ଼ାଉ କରାଯାଇ 50ଟି ବସ୍ତାରେ 20 କ୍ୟୁଣ୍ଟାଲ ମହୁଲ ଚୋରା ଚାଲାଣ ବେଳେ ଜବତ କରାଯାଇ ଏଥିରେ ସଂପୃକ୍ତ ଥିବା ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇ ବୋଲି ପାରଳାଖେମୁଣ୍ଡି ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀକୁ ସୂଚନା ଦେଇଛନ୍ତି।ପାରଳା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଏସ.ଆଇ ଦୟାନିଧି ବାରିକଙ୍କ ତତ୍ତ୍ୱାବଧାନରେ ଏକ ଟିମ୍ ଭୋର 4 ଘଣ୍ଟା ସମୟରେ ଜାତୀୟ ରାଜପଥ 326 (ଏ) ରାସ୍ତାର ପରିସୋଲ ଗ୍ରାମ ନିକଟରେ ଗୋଟିଏ ପିକ୍ ଅପ ଭ୍ୟାନ ନଂ O.D 07 A R 6378କୁ ସନ୍ଦେହରେ ଅଟକାଇ ଥିଲେ।ତନଖି କରିବା ସମୟରେ ସେଥିରେ 20 କ୍ୟୁଣ୍ଟାଲ ମହୁଲ ଚୋରା ଚାଲାଣ ହେଉଥିବା ଜଣା ପଡ଼ିଥିଲା ଗାଡିଟି ମାଲବା ଦିଗରୁ ରାଇଗଡ଼ ଆଡେ ଯାଉଥିବା ଜଣାପଡିଛି।ଏଥିରେ 2 ଅଭିଯୁକ୍ତ ସାଗର ପାଇକ (26 ବର୍ଷ )ଓ ଖଗେଶ ପାଇକ (21ବର୍ଷ) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ଏବଂ ଗାଡିକୁ ଜବତ କରାଯାଇଛି ବୋଲି ଅବକାରୀ ଥାନା ଅଧିକାରୀ ଦୟାନିଧି ବାରିକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ଚଢ଼ାଉରେ ଏ ଏସ୍ ଆଇ ଲକ୍ଷ୍ମୀ ଦେବୀ ପ୍ରମୁଖଙ୍କ ସହ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।ଏଠାରେ ସୂଚନାଯୋଗ୍ୟ ଯେ ନିର୍ବାଚନକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଜୋରଦାର ଧରପଗଡ଼ କରାଯାଇଛି।ଜବତ ମହୁଲର ଆନୁମାନିକ ମୂଲ୍ୟ 60 ହଜାର ଟଙ୍କା ହେବ ବୋଲି ବିଭାଗ ସୂତ୍ରରୁ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *