ହଜାର ହଜାର ସମର୍ଥକ ଙ୍କ ସହିତ ଆସି ନାମାଙ୍କନ ଭରିଲେ ବିଜେଡି ପ୍ରାର୍ଥୀ ଦେବୀ ରଞ୍ଜନ ତ୍ରିପାଠୀ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ହଜାର ହଜାର ସମର୍ଥକ ଙ୍କ ସହିତ ଆସି ନାମାଙ୍କନ ଭରିଲେ ବିଜେଡି ପ୍ରାର୍ଥୀ ଦେବୀ ରଞ୍ଜନ ତ୍ରିପାଠୀ ! ପ୍ରଥମେ ବାଙ୍କୀ ଅଞ୍ଚଳର ବିଭିନ୍ନ ଦେବାଦେବୀ ମନ୍ଦିର ରେ ପୂଜାର୍ଚ୍ଚନା କରିବା ସହ ବାଙ୍କୀର ଆରାଧ୍ୟା ଦେବୀ ମା ଚର୍ଚ୍ଚିକାଙ୍କୁ ଦର୍ଶନ କରି ପରେ ବ୍ରହ୍ମେଇ ଠାକୁରାଣୀଙ୍କ ଠାରୁ ବିରାଟ ଶୋଭାଯାତ୍ରାରେ ଆସି ବାଙ୍କୀ ବଜାର ପରିକ୍ରମା କରି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ ! ନିଜର ସମର୍ଥକ ଙ୍କ ସହିତ ବାଙ୍କୀର ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ଦେବୀପ୍ରସାଦ ମହାନ୍ତି ଙ୍କୁ ନିଜର ନାମାଙ୍କନ ପତ୍ର ପ୍ରଦାନ କରିଥିଲେ । ଏହି ଶୋଭାଯାତ୍ରାରେ ହଜାର ହଜାର ସଂଖ୍ୟା ରେ କର୍ମୀ ଓ ନେତା ଉପସ୍ଥିତ ଥିଲେ ।

ବିଧାୟକ ପ୍ରାର୍ଥୀ ଭାବରେ ବିଜେଡି ଟିକେଟ ରେ ନାମାଙ୍କନ ପତ୍ର ଦାଖଲ କଲେ ଦେବିରଞ୍ଜନ ତ୍ରିପାଠୀ ! ସାଧାରଣ ନିର୍ବାଚନ କୁ ନେଇ ବାଜି ସାରିଛି ବିଗୁଲ , ସେପଟେ ସରଗରମ ହେଲାଣି ସମ୍ପୂର୍ଣ ମାହୋଲ ! ଦଳୀୟ ଟିକେଟ ପାଇ ବିଜେଡି ପକ୍ଷରୁ ବିଧାୟକ ପ୍ରାର୍ଥୀ ତଥା ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ନିଜର ହଜାର ହଜାର ସମର୍ଥକ ଙ୍କୁ ସାଥିରେ ଧରି ଏକ ବିରାଟ ପଟୁଆର ରେ ଡିଜେ ସାଉଣ୍ଡ ସାଙ୍ଗକୁ ଶଙ୍ଖ ଧ୍ୱନିର ତାଳେ ତାଳେ ବିଜେଡି କାର୍ଯ୍ୟାଳୟ ଠାରୁ ବାଙ୍କୀ ସହର ଦେଇ ପହଁଚିଥିଲେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ! ସେଠି ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଶ୍ରୀଯୁକ୍ତ ତ୍ରିପାଠୀ ! ନାମାଙ୍କନ ପତ୍ର ଦାଖଲ କଲା ପରେ ଗଣମାଧ୍ୟମ ଆଗରେ ରଖିଛନ୍ତି ନିଜର ପ୍ରତିକ୍ରିୟା ! ବାଙ୍କୀ ବାସୀଙ୍କ ଠାରୁ ଲୋଡିଛନ୍ତି ଆଶୀର୍ବାଦ , ଆଉ କହିଛନ୍ତି ଗଣତନ୍ତ୍ର ର ଏ ମହାପର୍ବ ରେ ସମସ୍ତେ ହୁଅନ୍ତୁ ସାମିଲ ! ସେହିପରି ଜାତୀୟ ଦଳ NAP ପକ୍ଷରୁ ବିଧାୟକ ପ୍ରାର୍ଥୀ ଭାବେ ପାର୍ଥୀପତ୍ର ଦାଖଲ କରିଛନ୍ତି ସୁବାଷ ଚନ୍ଦ୍ର ରାଉତ ! ଶ୍ରୀଯୁକ୍ତ ରାଉତ ପ୍ରଥମେ ନିଜର ସମର୍ଥକ ଙ୍କୁ ସାଥିରେ ଧରି ମା ଚର୍ଚ୍ଚିକା ଙ୍କ ଆଶୀର୍ବାଦ ନେଇଥିଲେ ! ପରେ ବାଙ୍କୀ ବାସୀଙ୍କ ଆଶୀର୍ବାଦ ଲୋଡିଛନ୍ତି , ଆଉ ବାଙ୍କୀ ରେ ଦୀର୍ଘ ୩0 ବର୍ଷ ଧରି ହୋଇଥିବା ଦୁର୍ନୀତି ବିରୋଧ ରେ ବର୍ଷିଥିଲେ ! କଂଗ୍ରେସ ଓ ବିଜେପି ପକ୍ଷରୁ ଅଦ୍ୟାବଧି ବିଧାୟକ ପାର୍ଥି ଭାବେ କୌଣସି ନାମାଙ୍କନ ପତ୍ର ଦାଖଲ ହୋଇନଥିବା ଜଣାପଡିଛି !

Leave a Reply

Your email address will not be published. Required fields are marked *