ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଆମୋଦ ବର୍ଦ୍ଧନଙ୍କ ପ୍ରଚାର ଜୋରଦାର ଚାଲିଥିବା ଦେଖିବାକୁ ମିଳିଛି । ସହରର ଜଙ୍ଗମ ସାହି, ସିନେମା ହଲ ଛକ, ସେରୀ ସାହି ପ୍ରଭୂତି ସାହି ଗୁଡିକୁ ରିକ୍ସାରେ ଛିଡା ହୋଇ ବାଦ୍ୟ ବାଜଣାରେ ବୁଲି ତୁରୀ ଚିହ୍ନରେ ଭୋଟ୍ ଦେବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ସହରର ବିକାଶ କରିବା ସହ ଲୋକଙ୍କର ମୌଳିକ ସମସ୍ୟା ଗୁଡିକ ସମାଧାନ କରିବା ଏବଂ ଜିଲ୍ଲାର ବିକାଶ ଉପରେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି । ବିପୁଳ ପରିମାଣରେ ତୁରୀ ଚିହ୍ନରେ ଭୋଟ୍ ଦେବା ପାଇଁ ନିବେଦନ କରିଛନ୍ତି ଆମୋଦ ବର୍ଦ୍ଧନ ।
ଜମୁଛି ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଆମୋଦ ବର୍ଦ୍ଧନ ଙ୍କ ପ୍ରଚାର !!!

