ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିର ଠାରେ ଅକ୍ଷୟ ତୃତୀୟା ଅବସରରେ ତିନୋଟି ରଥ ର କାଠ ଅନୁକୂଳ ହୋଇ ଯାଇଛି । ରାଜପୁରୋହିତଙ୍କ ଦ୍ଵାରା ପୂଜା ଅର୍ଚ୍ଚନା ହୋଇ ମହାପ୍ରଭୁ ଜଗନ୍ନାଥଙ୍କ ଠାରୁ ଆଜ୍ଞା ମାଳ ନେଇ ରାଜ ମହାରଣାଙ୍କ ଦ୍ବାରା ରଥ କାଠର ଅନୁକୂଳ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଦୁର୍ଗା ମାଧବ ପାଣିଗ୍ରାହୀ, ବସନ୍ତ କୁମାର ପଣ୍ଡାଙ୍କ ସମେତ ବହୁ ଭକ୍ତ ଉପସ୍ଥିତ ଥିଲେ । ମନ୍ଦିର ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।
ଅକ୍ଷୟ ତୃତୀୟାରେ ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ରଥ କାଠର ଅନୁକୂଳ !!!

