ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଯୁବ ସମାଜସେବୀ ଦେବାଶିଷ ବେହେରା ଙ୍କ ଜନ୍ମଦିନ ଅବସରେ କଲ୍ୟାଣପୁର ଶାସନ ଅଙ୍ଗନବାଡ଼ି କେନ୍ଦ୍ର ପରିଶେଷରେ ରକ୍ତଦାନ ଶିବିର ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ମୂଖ୍ୟ ଅତିଥି ଭାବେ ଟିକରପଡା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀମତୀ ସଂଘମିତ୍ରା ପାଳ ଓ ସମ୍ମାନିତ ଅତିଥି ଭାବେ ହେମନ୍ତ ପାଳ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ରାଜଧାନୀ ରକ୍ତକେନ୍ଦ୍ରର ନିର୍ଦ୍ଦେଶକ ଡ଼ଃ ଦେବାଶିଷ ମିଶ୍ର ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଶିବିରରୁ 40 ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ସମାଜସେବୀ ରାମଚନ୍ଦ୍ର ବେହେରା, ମିଶନ ରକ୍ତଦାନର ଗୁନୁ ଆଶ୍ଚର୍ଯ୍ୟ, ପ୍ରକାଶ ଚନ୍ଦ୍ର ସ୍ୱ।ଇଁ, ଆଶିଷ ବେହେରା, ଶୁଭାଶିଷ ବେହେରା ହରପ୍ରସାଦ ମହାପାତ୍ର ପ୍ରମୁଖ ଶିବିର ପରିଚାଳନା କରିଥିଲେ ।
ଜନ୍ମଦିନରେ ରକ୍ତଦାନ ଶିବିର !!!

