ମାନଗୋବିନ୍ଦପୁର ଓଭର ବ୍ରିଜ ଉପରେ ଦୁର୍ଘଟଣା : କାର ଜଳି ସମ୍ପୂର୍ଣ୍ଣ ନଷ୍ଟ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଦାନଗଦି ଫାଣ୍ଡି ଅନ୍ତର୍ଗତ ମାନଗୋବିନ୍ଦପୁର ଓଭର ବ୍ରିଜ ଉପରେ ଘଟିଥିଲା ଦୁର୍ଘଟଣା ! ଏକ କାର ଜଳି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା ! ସୂଚନା ମୁତାବକ ସୁକିନ୍ଦା ବାସିନ୍ଦା ରେଖିଦେଇପୁର ଆରଆଇ ଶୁଶାନ୍ତ କୁମାର ସ୍ୱାଇଁ ନିର୍ବାଚନୀ କାର୍ଯ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଉଥିବା ସମୟରେ ମାନଗୋବିନ୍ଦପୁର ଓଭର ବ୍ରିଜ ଉପରେ ଏକ ବସ ଆସି ତାଙ୍କ କାର କୁ ଧକା ଦେଇଥିଲା ! ଦୁର୍ଘଟଣାରେ କାରଟି ଜଳି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଅଗ୍ନିଶମ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ବେଳକୁ ଦୁର୍ଘଟଣାଗ୍ରସ୍ତ କାରଟି ଜଳି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ।

Leave a Reply

Your email address will not be published. Required fields are marked *