ଅନୁଗୁଳ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : କଣିହାଁ ବ୍ଲକ ଅନ୍ତର୍ଗତ ସିପୁର ଗ୍ରାମରେ ମା ଲୁଧୁଣୀ ଏକ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଅଛି । କର୍ଣ୍ଣପାଳ ଏବଂ ରେଡ୍ ଷ୍ଟାର ଖମାର ମଧ୍ୟରେ ଫାଇନାଲ ମ୍ୟାଚ ରେ କଡା ମୁକାବିଲା ହୋଇଥିଲା ।
ମୁଖ୍ୟ ଅତିଥି ଭାବେ ସମାଜ ସେବୀ ତଥା ଶ୍ରମିକ ନେତା ଇଂ.ଅବନୀ କାନ୍ତ ସାହୁ ଯୋଗଦେଇ ବିଜେତା କର୍ଣ୍ଣପାଳ ଟିମ୍ କୁ ପୁରସ୍କାର ଓ ଟ୍ରଫି ପ୍ରଦାନ କରିଥିଲେ । ସ୍ଥାନୀୟ ଯୁବ ସ୍ଵେଚ୍ଛାସେବୀ ପ୍ରଭାତ କୁମାର ସାହୁ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ରନର୍ସ ଅପ ଦଳ ରେଡ ଷ୍ଟାର୍ ଖମାର ଟିମ୍ କୁ ଟ୍ରଫି ପ୍ରଦାନ କରିଥିଲେ । ଅନୁଷ୍ଠାନର ଯୁବ ସଦସ୍ୟ ମାନେ ଉପସ୍ଥିତ ରହି ଖେଳ ପରିଚାଳନା କରିଥିବା ସମୟରେ ବହୁ ଦର୍ଶକ ଖେଳର ମଜା ଉଠାଇଥିଲେ ।