ଚିଲିକା ନିର୍ବାଚନ ମଣ୍ଡଳୀରେ ମତଦାନ ପ୍ରକ୍ରିୟା ଶାନ୍ତି ଶୃଙ୍ଖଳା ସହ ଶେଷ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକାରେ ମତଦାନ ଶାନ୍ତିପୂର୍ଣ୍ଣ ! ଚିଲିକା ନିର୍ବାଚନ ମଣ୍ଡଳୀରେ ମତଦାନ ପ୍ରକ୍ରିୟା ଶାନ୍ତି ଶୃଙ୍ଖଳା ସହ ଶେଷ ହୋଇଛି । ଇଭିଏମ୍ ପରିଚାଳନା ରେ ତ୍ରୁଟି ଦେଖା ଦେବାରୁ କେତେକ ବୁଥ୍ ରେ ମତଦାନ ସାମାନ୍ୟ ବିଳମ୍ବ ହୋଇଥିଲା । ମତଦାନ ଆରମ୍ଭ ହେବା ବେଳକୁ ମତଦାନ କେନ୍ଦ୍ର ସମ୍ମୁଖରେ ଲମ୍ଭା ଧାଡି ଦେଖିବାକୁ ମିଳିଥିଲା । ତେବେ ଟିକିରାଇ, ଭୀମପୁର, ଘାଷେଡିହ, ସାମନ୍ତରାପୁର, କୁଲାକୁଣ୍ଡେଇ ନୂଆ ଗାଁ, ବିଷ୍ଣୁଡିହ, ପ୍ରଭୁତି ମତଦାନ କେନ୍ଦ୍ର ମାନଙ୍କରେ ଇଭିଏମ୍ ପରିଚାଳନା ରେ ତ୍ରୁଟି ପରିଲକ୍ଷିତ ହେବାରୁ ପ୍ରାୟ ଅଧ୍ୟ ଘଣ୍ଟାରୁ ୧ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା । ମଧ୍ୟାହ୍ନ ସମୟରେ ବର୍ଷା ହେବା ଯୋଗୁ ମତଦାନ କେନ୍ଦ୍ରରେ ଗହଳି ନଥିବା ବେଳେ ଅପରାହ୍ନରେ ପାଗର ପରିବର୍ତ୍ତନ ଯୋଗୁ ଭୋଟ ଦେବା ପାଇଁ ପୁନର୍ବାର ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା । ସନ୍ଧ୍ୟା ୬ ଟା ସୁଦ୍ଧା ଶତକଢା ୬୦ ଭାଗ ମତଦାତା ମତଦାନ କରିଥିବା ନିର୍ବାଚନ ଅଧିକାରୀ ଙ୍କ ଠାରୁ ପ୍ରକାଶ । ଗମ୍ଭାରୀମୁଣ୍ଡା ଓ ଘାଷେଡିହ ମତଦାନ କେନ୍ଦ୍ର ସମେତ ଅନେକ ମତଦାନ କେନ୍ଦ୍ର ରେ ରାତ୍ରୀ ୮ ଘଟିକା ଯାଏଁ ମତଦାନ ପ୍ରକ୍ରିୟା ଚାଲିଥିଲା । ଇଭିଏମ୍ ପରିଚାଳନାରେ ବ୍ୟାପକ ପ୍ରଶିକ୍ଷଣ ଅଭାବରୁ ମତଦାନ ପ୍ରକ୍ରିୟାରେ ମତଦାନ ବିଳମ୍ବ ହେଉଥିବା ଜଣା ଯାଇଛି । ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ନେତୃତ୍ୱରେ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *