ଷାଠିଏ ବର୍ଷ ପରେ ବାଣପୁର ସରକାରୀ ସ୍କୁଲକୁ ସଫଳତା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଷାଠିଏ ବର୍ଷ ପରେ ବାଣପୁର ସରକାରୀ ସ୍କୁଲକୁ ସଫଳତା ! ବାଣପୁର ବିଜ୍ଞାପିତ ଅଞ୍ଚଳର ୪ ନମ୍ବର ୱାଡରେ ସରକାରୀ ଉଚ୍ଚ ବିଦ୍ୟାଳୟ ରହିଥିବା ବେଳେ ଏହି ସ୍କୁଲ ଟି ୧୯୬୪ ମସିହାରେ ସ୍ଥାପନ କରାଯାଇଥିଲା । ଦୀର୍ଘ ବର୍ଷ ପରେ ଉକ୍ତ ସରକାରୀ ସ୍କୁଲର ଦୁଇଜଣ ଛାତ୍ର ଓ ଛାତ୍ରୀ ସଫଳତାର ଶୀର୍ଷରେ ରେ ପହଞ୍ଚି ସ୍କୁଲ ପାଇଁ ଗର୍ବ ଆଣିଛନ୍ତି । ଚଳିତ ବର୍ଷ ଉକ୍ତ ସ୍କୁଲ ର ୧୨୬ ଜଣ ଛତ୍ର ଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ ! ସେଥି ମଧ୍ୟରୁ ୧୨୫ ଜଣ ପାସ କରିଥିବା ବେଳେ ସତ୍ୟଜିତ ରଥ ଓ ଶିଶୁକନ୍ୟା ସାହୁ A1 ପାଇଥିବା ବେଳେ A2 ରେ ୫ ଜଣ ଛାତ୍ର ଛାତ୍ରୀ ପାଇ ଥିବାରୁ ସ୍କୁଲରେ ଖୁସିର ଲହରୀ ଖେଳିଯାଇଛି । ପିଲା ମାନଙ୍କ ମନରେ ଶିକ୍ଷା ପ୍ରତି ଆହୁରି ଆଗ୍ରହ ଆଣିବା ନିମନ୍ତେ ସୋମବାର ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଝରଣା ଓଝା ଅନ୍ୟ ଶିକ୍ଷକ ମାନେ A1 ଓ A2 ରେ ପାସ କରିଥିବା ଛାତ୍ର ଛାତ୍ରୀ ଙ୍କୁ ବନ୍ଦାପନା କରି ମିଠା ଖୁଆଇଥିବା ବେଳେ ସ୍କୁଲ ପରିସରରେ ଏକ ଖୁସିରେ ମାହୋଲ ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *