ବାଙ୍କୀ ମହୋତ୍ସବ ୨୦୨୪ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ !!!

0
83

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ମହୋତ୍ସବ ୨୦୨୪ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ! ବାଙ୍କୀ ର କଳା ସାହିତ୍ୟ ଏବଂ ସଂସ୍କୃତି ର ତ୍ରିବେଣୀ ସଙ୍ଗମ ହେଉଛି ବାଙ୍କୀ ମହୋତ୍ସବ ! ୨୦୦୦ ମସିହାରେ ଆରମ୍ଭ ହୋଇଥିବା ବାଙ୍କୀ ମହୋତ୍ସବ ରେ ପରମ୍ପରା ଅନୁଯାୟୀ ପ୍ରଥମ ପ୍ରସ୍ତୁତି ବୈଠକ ପହିଲି ରଜରେ ଆୟୋଜିତ ହୋଇଥାଏ ! ମହୋତ୍ସବ କମିଟିର ପ୍ରତିଷ୍ଠାତା ସଭାପତି ତଥା ବାଙ୍କୀ ର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ବାଙ୍କୀ ମହୋତ୍ସବ ୨୦୨୪ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ବାଙ୍କୀ ମହାବିଦ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି ! ବାଙ୍କୀ ର ଗଣପର୍ବ କୁମାର ପୂର୍ଣ୍ଣିମା ଅବସରରେ ଆୟୋଜିତ ହେବାକୁ ଥିବା ମହୋତ୍ସବରେ ସାଧାରଣ ଲୋକଙ୍କ ସହଯୋଗ କାମନା କରିଛନ୍ତି ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ! ବାଙ୍କୀ ମହୋତ୍ସବର ବିଭିନ୍ନ କାର୍ଯ୍ୟକ୍ରମ ଆଗାମୀ ଦିନରେ କମିଟିର ସଦସ୍ୟ ମାନଙ୍କ ତତ୍ତ୍ୱାବଧାନରେ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ସାଧାରଣ ସମ୍ପାଦକ ଗଣେଶ୍ବର ସ୍ୱାଇଁ !

ପ୍ରଥମ ପ୍ରସ୍ତୁତି ବୈଠକରେ ବାଙ୍କୀ ଉପଜିଲ୍ଲାପାଳ ଦେବୀ ପ୍ରସାଦ ମହାନ୍ତି , ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ , ମହୋତ୍ସବ କମିଟିର ସାଧାରଣ ସମ୍ପାଦକ ଗଣେଶ୍ୱର ସ୍ୱାଇଁ , କମିଟିର ବରିଷ୍ଠ ସଦସ୍ୟ ତଥା ଡମପଡା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟେଲ , ବାଙ୍କୀ ବ୍ଲକ ଅଧ୍ୟକ୍ଷା ପୁଷ୍ପଲତା ସାମନ୍ତ , ବାଙ୍କୀ ଏନଏସି ଅଧ୍ୟକ୍ଷା ମାଣିକ ସାହୁ , ମହୋତ୍ସବ କମିଟିର ବରିଷ୍ଠ ସଦସ୍ୟ ସାମ୍ବାଦିକ ସମରେନ୍ଦ୍ର ମହାପାତ୍ର , ସୌମେନ୍ଦ୍ର ମିଶ୍ର , ସନ୍ତୋଷ ରଣା , ସନାତନ ବେହେରା , ପ୍ରକାଶ ବେଉରା , ଜିଲ୍ଲା ପରିଷଦ ଆଶିଷ କୁମାର ସାହୁ ପ୍ରମୂଖ ଉପସ୍ଥିତ ରହି ବିଭିନ୍ନ ମତ ଉପସ୍ଥାପନା କରିଥିଲେ ! ତେବେ ମହୋତ୍ସବ ପ୍ରସ୍ତୁତି ବୈଠକରେ ଲଗା ଯାଇଥିବା ବ୍ୟାନର ରେ ପଚିଶ ବର୍ଷ ପୂର୍ତ୍ତି ଲେଖାଯାଇଥିବାରୁ ଏନେଇ ସମ୍ପାଦକଙ୍କୁ ଆମେ କରିଥିଲୁ ପ୍ରଶ୍ନ ! ପଚିଶ ଚାଲିଲା ନା ପଚିଶ ପୁରିଲା ସେ ନେଇ ପଚରାଯିବାରୁ ସାମ୍ବାଦିକ ସମରେନ୍ଦ୍ର ମହାପାତ୍ର ଦେଇଥିଲେ ଏପରି ଉତ୍ତର ! ବାଙ୍କୀ ମହୋତ୍ସବ ଆରମ୍ଭ ହେବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଥିଲା ଆଂଚଳିକ ମହୋତ୍ସବ , ବାଙ୍କୀ ମହୋତ୍ସବରେ ମଞ୍ଚସଜ୍ଜା ଠାରୁ ଆରମ୍ଭ କରି , ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ , ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସର୍ବୋପରି ଆୟୋଜନ ବ୍ୟବସ୍ଥା ଅତ୍ୟନ୍ତ ଉନ୍ନତ ମାନର ହୋଇଥିବାରୁ ଭରପୁର ଜନ ସମାଗମ ହୋଇଥାଏ !

LEAVE A REPLY

Please enter your comment!
Please enter your name here