ନଳକୂପ ଅଚଳ : ଚୁଆପାଣି ପିଉଛନ୍ତି ପାଇବରସାହି ଗ୍ରାମବାସୀ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଳକ ସାରଙ୍ଗଗଡ଼ ପଞ୍ଚାୟତର ୧୬ ନମ୍ବର ୱାର୍ଡ଼ ପାଇବରସାହି ଗ୍ରାମରେ ଜଳଯନ୍ତ୍ରଣା ଦେଖାଦେଇଛି। ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ୬ କିଲୋମିଟର ଦୂରରେ ଥିବା ଏହି ଗାଁର ଜନସଂଖ୍ୟା ୨୦୦ରୁ ଊର୍ଦ୍ଧ, ଗ୍ରାମରେ ଏକମାତ୍ର ନଳକୂପ ଥିବା ବେଳେ ଗ୍ରୀଷ୍ମରେ ଜଳସ୍ତର ହ୍ରାସ ଯୋଗୁଁ ଲୋକଙ୍କ ଆବଶ୍ୟକତାକୁ ମେଣ୍ଟାଇ ପାରୁନି। ତେଣୁ ବାଧ୍ୟ ହୋଇ ଗ୍ରାମବାସୀ ବିଲମାଳରେ ଥିବା ଏକ ଚୁଆରୁ ପାଣି ସଂଗ୍ରହ କରି ଦୈନିକ ଆବଶ୍ୟକକୁ ମେଣ୍ଟାଉଛନ୍ତି | ହେଲେ ଚୁଆର ଗୋଳିଆ ପାଣି ପିଇ ବିଭିନ୍ନ ପେଟ ରୋଗର ଶିକାର ମଧ୍ୟ ହେଉଛନ୍ତି । ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣ ପାଇଁ ସରକାର ସୋଲାର ଜଳ ପ୍ରକଳ୍ପ ଓ ବସୁଧା ଯୋଜନା ଭଳି ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ଏହି ଗ୍ରାମବାସୀଙ୍କ ପ୍ରତି ଶୁଭଦୃଷ୍ଟି ପଡ଼ିନଥିବା ଅଭିଯୋଗ ହୋଇଛି। ତେଣୁ ପ୍ରଶାସନ ତୁରନ୍ତ ପାଇବରସାହିକୁ ନଳକୂପ କିମ୍ବା କୂପ ନିର୍ମାଣ କରିବାକୁ ଉକ୍ତ ଗ୍ରାମର ଭବାନୀ ମଲିକ, ରିମତି ପ୍ରଧାନ, ଶାନ୍ତି ମଲିକ, ଲକ୍ଷ୍ମୀ ମଲିକ, ଝୁନୁ ସାହୁ, ସୁମିତ୍ରା ସାହୁ, ଅନିତା ବେହେରା, ବାସନ୍ତୀ ବିନ୍ଧାଣି, ସୁଦମତି ପ୍ରଧାନ, ଜନମତି ପ୍ରଧାନ, ଯାଜ୍ଞସେନୀ ପ୍ରଧାନ, ଗିରିଧର ମଲିକ, ରେଣା ପ୍ରଧାନ ଓ ଶୁକଦେବ ବେହେରା ସମେତ ପ୍ରମୁଖ ଗ୍ରାମବାସୀ ଦାବି କରିଛନ୍ତି |

Leave a Reply

Your email address will not be published. Required fields are marked *