ସମ୍ବର୍ଦ୍ଧିତ ହେଲେ ସାହସୀ ମାନସ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ସାହସୀ ମାନସ ସମ୍ବର୍ଦ୍ଧିତ ! କଟକ ସହର ଶ୍ରୀରାମ ଚନ୍ଦ୍ର ଭବନରେ ଆୟୋଜିତ ରାଜ୍ୟ ସ୍ତରୀୟ ବସୁମତୀ ସ୍ନାନ ସାରସ୍ୱତ ସମାରୋହରେ ସାନ ମୁଣ୍ଡଳୀ ବାସିନ୍ଦା ମାନସ ବେହେରାଙ୍କୁ ତାଙ୍କ ସାହସିକ କାର୍ଯ୍ୟ ପାଇଁ ସମ୍ମାନୀତ କରାଯାଇଛି ! ମହାନଦୀ ବ୍ୟାରେଜ ରେ ହାତୀ ଫସି ରହିବା ଘଟଣା ର ଖବର ସଂଗ୍ରହ ସମୟରେ ଘଟିଥିଲା ଅଘଟଣ ! ଓଟିଭି ପ୍ରତିନିଧି ଅରିନ୍ଦମ ଙ୍କ ସହିତ ଓଡ୍ରାଫ ଟିମ ର ଜଣେ ଯବାନ ମୃତ୍ୟୁ ବାରଣ କରିଥିଲେ ! ତେବେ ଓଡ୍ରାଫ ର ଡଙ୍ଗା ବୁଡିବା ପରେ ସ୍ଥାନୀୟ ଜଣେ ମତ୍ସ୍ୟଜୀବୀ ନିଜ ଦେଶୀ ଡଙ୍ଗାରେ ବୁଡି ଯାଉଥିବା ଲୋକଙ୍କୁ ଉଦ୍ଧାର କରିଥିଲେ ! ମହାନଦୀ କୁଳରେ ଅବସ୍ଥିତ ସାନ ମୁଣ୍ଡଳୀ ! ସେହି ଅଂଚଳର ବାସିନ୍ଦା ମାନସ ବେହେରା ! ତାଙ୍କର ସେହି ସାହସିକ କାର୍ଯ୍ୟ ପାଇଁ କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି !

Leave a Reply

Your email address will not be published. Required fields are marked *