ଗଜପତି ଜିଲ୍ଲା ବିଜେପି ପକ୍ଷରୁ କଳା ଦିବସ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଦଳ ପକ୍ଷରୁ କଳା ଦିବସ ପାଳିତ । ୧୯୭୫ ମସିହା ଜୁନ ୨୫ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଦେଶରେ ଜରୁରୀ କାଳୀନ ପରିସ୍ଥିତି ଲାଗୁ କରିଥିଲେ ଯାହାକୁ ବିରୋଧ କରି ବିଜେପି ଆଜି ଦେଶ ସାରା କଳା ଦିବସ ଭାବେ ପାଳନ କରି ଆସୁଛି ! କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମହନ୍ତ ରାମାନନ୍ଦ ଦାସ ଯୋଗ ଦେଇଥିବା ବେଳେ ସାଧାରଣ ସଂପାଦକ ଜଗନ୍ନାଥ ମହାପାତ୍ର, ଅନ୍ୟତମ ସାଧାରଣ ସଂପାଦକ ଇ. ପ୍ରଶାନ୍ତ, ବରିଷ୍ଠ ନେତା ନୃସିଂହ ଚରଣ ପଟ୍ଟନାୟକ, ମୋହନା ନିର୍ବାଚନ ମଣ୍ଡଳୀ ପ୍ରାର୍ଥି ପ୍ରଶାନ୍ତ ମଲ୍ଲିକ, ଯୁବ ମୋର୍ଚ୍ଚା ସଭାପତି ବାଳକୃଷ୍ଣ ପାତ୍ର, ଯୁବ ନେତା ଦେବୀ ପ୍ରସାଦ ଦାସ, କେ. ଯୁବରାଜ ଓ ଆଇନଜୀବୀ ଏମ. ପୃଥ୍ୱୀରାଜ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *