୧୩ଦିନ ପରେ ମିଳିଲା ନିଖୋଜ ଯୁବକଙ୍କ ଗଳିତ ଶବ

0
297

ନବରଙ୍ଗପୁର ( ଆୱାଜ ମିଡ଼ିଆ ) – ସୁଶାନ୍ତ କୁମାର ଗୌଡ଼ : ପାଣିରେ ଭାସିଯିବାର ୧୩ ଦିନ ପରେ ମିଳିଲା ଗଳିତ ଶବ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉମରକୋଟ ବ୍ଲକ ନେହୁରା ପଞ୍ଚାୟତରେ . ସୂଚନା ଅନୁଯାୟୀ ନେହୁରା ପଂଚାୟତର ମୁଣ୍ଡlଗୁଡା ଗ୍ରାମର ମୋହନ ଭତରା( ୪୬) ଗ୍ରାମ ନିକଟ ଏକ ନାଳ ପାର ହୋଇ ନିଜ ଧାନବିଲକୁ ଯିବା ସମୟରେ ସ୍ରୋତରେ ଭାସି ଯାଇଥିଲେ । ସ୍ଥାନୀୟ ଗ୍ରାମର କିଛି ଯୁବକ ଖୋଜାଖୋଜି କରିଥିଲେ କିନ୍ତୁ ମୋହନଙ୍କୁ ପାଇନଥିଲେ । ଏ ନେଇ ଅଗ୍ନିଶମ ବିଭାଗକୁ ଖବର ଦିଆଯିବା ପରେ ବହୁ ଖୋଜାଖୋଜି କରିଥିଲେବି ମୃତ ଦେହର କୌଣସି ସନ୍ଧାନ ମିଳିନଥିଲା . ଘଟଣାର ପ୍ରାୟ ୧୩ ଦିନପରେ ଆଜି ତାଙ୍କ ଗଳିତ ଶବଟି ନାଳପାଖ ଏକଗଛ ମୂଳରେ ଲାଗିଥିବା ଗ୍ରାମବାସୀ ମାନେ ଦେଖିବାକୁ ପାଇଥିଲେ । ଉମରକୋଟ ଥାନା ଓ ଅଗ୍ନିଶମ ବିଭାଗକୁ ଗ୍ରାମ ବାସୀମାନେ ଜଣାଇଥିଲେ । ସଂଗେ ସଂଗେ ପୋଲିସ ଓ ଅଗ୍ନିଶମ ବିଭାଗ ପହଂଚି ଶବଟି ଉଦ୍ଧାର କରି ବ୍ୟବେଛଦ ପାଇଁ ପଠାଇଥିଲେ । ଶବ ବ୍ୟବେଛଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଉମରକୋଟ ପୋଲିସ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here