ସୁକିନ୍ଦା ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ପିମ୍ପୁଡିଆ ପଞ୍ଚାୟତ ହାଟ ପାଖରେ ଘଟିଯାଇଛି ସଡକ ଦୁର୍ଘଟଣା । ଦୃତ ଗତିରେ ଆସୁଥିବା ଦୁଇ ବାଇକ ମୁଁହା ମୁହିଁ ଧକା ହେବ ଫଳରେ ବାଇକ ଆରୋହି ଦୁଇଜଣ ଗୁରୁତର ହୋଇଛନ୍ତି . ତାଙ୍କୁ ସ୍ଥାନୀୟ ଲୋକେ ସୁକିନ୍ଦା ଦମକଳ ବାହିନୀର ସହଯୋଗରେ ସୁକିନ୍ଦା ମେଡ଼ିକାଲକୁ ଆଣିଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ଦୁଇ ବାଇକ ଆରୋହିଙ୍କର ନାମ ଗନ୍ଧାପାଳର ପଦନ ମୁଣ୍ଡା ଏବଂ ରାଙ୍କିଆ ବୁରୁ ସାହିର ଗୁରୁ ବେହେରା ବୋଲି ଜଣାଯାଇଛି । ମଦ୍ୟ ପାନ କରି ଗାଡି ଦ୍ରୁତଗତିରେ ବାଇକ ଚଲାଇବାରୁ ଦୁର୍ଘଟଣାର ହୋଇଛି ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି ।