ପଟିଦିଅଁ ରେ ପୂଜା ପାଉଛନ୍ତି ତିନି ଠାକୁର !!!

0
163

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତି ସ୍ନାନ ମଣ୍ଡପରେ 108 ଗରା ସୁବାସିତ ଜଳରେ ସ୍ନାନ ପରେ ଚତୁର୍ଦ୍ଧା ମୂର୍ତ୍ତି ଅଣସର ପିଣ୍ଡିରେ ବିଜେ କରିଛନ୍ତି । ଏହି ସମୟରେ ଶ୍ରୀ ଜୀଉଁଙ୍କ ବଦଳରେ ପଟି ଦିଅଁ ପୂଜା ପାଉଛନ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରୂପରେ ଅନନ୍ତ ଶ୍ରୀ ନାରାୟଣ, ବଡ଼ ଠାକୁର ଶ୍ରୀ ବଳଭଦ୍ରଙ୍କ ରୂପରେ ଅନନ୍ତ ବାସୁଦେବ ଓ ଦେବୀ ସୁଭଦ୍ରାଙ୍କ ରୂପରେ ମାଆ ଭୁବନେଶ୍ୱରୀ ପୂଜା ପାଉଛନ୍ତି । ଅଣସରର ଗୁପ୍ତ ନୀତି ପରେ ମହାପ୍ରଭୁ ନବ ଯୌବନ ବେଶ ସହ ଶ୍ରୀ ଗୁଣ୍ଡିଚା ଯାତ୍ରାରେ ବାହାରକୁ ବାହାରିବେ ଚତୁର୍ଦ୍ଧାମୂର୍ତ୍ତି ।

 

LEAVE A REPLY

Please enter your comment!
Please enter your name here