ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର ଲକ୍ଷ୍ମୀ ନଗରରେ ବାସ କରନ୍ତି ଶାସ୍ତ୍ରୀୟ ସଙ୍ଗୀତ ଗୁରୁ ଶ୍ରୀ ରଘୁନାଥ ପାତ୍ର । ପିଲାଟି ଦିନରୁ ସଙ୍ଗୀତ ପ୍ରତି ତାଙ୍କର ଆଗ୍ରହ ପ୍ରକାଶ ପାଇଥିଲା । ଦୂରଦର୍ଶନ ଓ ଆକାଶ ବାଣୀର ସେ ଜଣେ ସ୍ୱୀକୃତିପ୍ରାପ୍ତ କଣ୍ଠଶିଳ୍ପୀ ! ସ୍ୱର ସଂଯୋଜକ ଓ ପ୍ରଖ୍ୟାତ ଓଡିଶୀ ସଙ୍ଗୀତଜ୍ଞ ଭାବରେ ତାଙ୍କର କ୍ଷତି ରହିଛି । ଦୀର୍ଘ ୫୦ ବର୍ଷ ଏହି ସାଧନା ଚାଲୁ ରହିଛି । ପାରଳାଖେମୁଣ୍ଡି ଭଳି ଏକ ଉପାନ୍ତ ଅଞ୍ଚଳରେ ସେ ଅନେକ ଛାତ୍ର ଛାତ୍ରୀ ସୃଷ୍ଟି କରିଛନ୍ତି । ଆକାଶବାଣୀ ଠାରୁ ଆରମ୍ଭ କରି ବିଭିନ୍ନ ରାଜ୍ୟ ସ୍ତରୀୟ ମଞ୍ଚରେ ଓଡିଶୀ ସଙ୍ଗୀତ ପରିବେଷଣ କରି ଅଞ୍ଚଳ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ସେ ଓଡ଼ିଶାର ଅନେକ ପ୍ରତିଷ୍ଠିତ ସ୍ୱୀକୃତି ପ୍ରାପ୍ତ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ଓ ମାନପତ୍ର ପାଇଛନ୍ତି । ବିନା ପାରିଶ୍ରମିକରେ ସଙ୍ଗୀତ ଶିକ୍ଷା ଦେଇ ଅନେକ ଛାତ୍ରଛାତ୍ରୀ ସୃଷ୍ଟି କରିଛନ୍ତି ।
ଶାସ୍ତ୍ରୀୟ ସଙ୍ଗୀତ ଗୁରୁ ଶ୍ରୀ ରଘୁନାଥ ପାତ୍ରଙ୍କ ଅତୁଳନୀୟ ପ୍ରତିଭା !!!

