ପ୍ରଶାସନିକ ଅବହେଳା ଯୋଗୁଁ ବାଣପୁର ରଥଯାତ୍ରା ପ୍ରସ୍ତୁତି ବୈଠକ ହୋଇ ପାରିଲା ନାହିଁ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ରେ ଦୁଇଟି ସ୍ଥାନ ବଜାର ମଧ୍ୟରେ ଶ୍ରୀ ରଙ୍କନାଥ ଦେବ ଓ ପଲଟଣ ପଡ଼ିଆ ରେ ଶ୍ରୀ ଚରଣ ଚକାଦେବ ଙ୍କ ପିଠ ରେ ରଥଯାତ୍ରା ମହା ଆଡମ୍ବର ସହକାରେ ପାଳିତ ହୋଇଥାଏ । ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧକ୍ଷ ମିଟୁ ନାୟକ ଙ୍କ ଅଧକ୍ଷତା ରେ ରଥଯାତ୍ରା କୁ ଶୃଙ୍ଖଳିତ ପରିଚାଳନା କରିବା ପାଇଁ ଶୁକ୍ରବାର ବିଜ୍ଞାପିତ ଅଞ୍ଚଳ ପରିଷଦ ସଭା ଗୃହ ରେ ଏକ ପ୍ରସ୍ତୁତି ବୈଠକ ଡକା ଯାଇଥିଲା । ତଦନୁ ଯାଇ ବାଣପୁର ତହସିଲଦାର, ଏସ୍ଡ଼ିପିଓ , ଥାନା ଅଧିକାରୀ, ଦମକଳ ବିଭାଗ, ବିଦ୍ୟୁତ ବିଭାଗର ଏସ ଡି ଓ , ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଅଧିକାରୀ,ରଥଯାତ୍ରା କମିଟି ର ଅଧିକାରୀ,ଟେଲିକମ ବିଭାଗ, ବିଭିନ୍ନ ବ୍ୟବସାୟୀ ସଂଘ, ଓ ସାମ୍ବାଦିକ ମାନଙ୍କୁ ନେଇ ଆଇନ ଶୃଙ୍ଖଳା, ପାନୀୟ ଜଳ, ପ୍ରାଥମିକ ଚିକିତ୍ସା, ଭିଡ଼ ନିୟନ୍ତ୍ରଣ,, ବିଦ୍ୟୁତ ସରଵରାହ, ପରିମଳ,ଅଗ୍ନିଶମ ବାହିନୀ ର ସାହାଯ୍ୟ ସଂକ୍ରାନ୍ତ ସହ ଅନ୍ୟାନ୍ୟ ବିଷୟରେ ଆଲୋଚନା ପାଇଁ ଶୁକ୍ରବାର ଦିନ ୧୧.୩୦ ମିନିଟ ସମୟ ରେ ଏକ ପ୍ରସ୍ତୁତି ବୈଠକ ଚିଠି ମାଧ୍ୟମ ରେ ଡକା ଯାଇଥିଲା. ତଦନୁଯାଇ ରଥଯାତ୍ରା କମିଟି ର କର୍ମ କର୍ତ୍ତା, ବିଭିନ୍ନ ବ୍ୟବସାୟୀ ସଂଗଠନ ର ପ୍ରତିନିଧି, ଓ ସାମ୍ବାଦିକ ମାନେ ସଭାଗୃହ ରେ ପହଞ୍ଚିବା ପରେ କେବଳ ବିଜ୍ଞାପିତ ପରିଷଦ ଅଧକ୍ଷ ମିଟୁ ନାୟକ ଓ ଅଗ୍ନିଶମ ବାହିନୀ ର ପ୍ରତିନିଧି ଙ୍କ ବ୍ୟତୀତ କୌଣସି ସରକାରୀ ପ୍ରଶାସନିକ ଅଧିକାରୀ ଙ୍କ ଦେଖା ନ ଥିଲା. ଏଣୁ ଏହି ବୈଠକ କୁ ସ୍ଥଗିତ କରା ଯାଇଥିଲା ଫଳରେ ଯୋଗଦେଇଥିବା ବ୍ୟକ୍ତି ବିଶେଷ ମାନେ ନିରାସ ହୋଇ ଏହିଭଳି ଗୁରୁତ୍ୱପୂର୍ଣ ବୈଠକ କୁ ପ୍ରଶାସନ ର ଅଣ ଦେଖା କୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ. । ଏ ସମ୍ପର୍କ ରେ ପ୍ରତିକ୍ରିୟା ପ୍ରକାଶ କରି ଅଧକ୍ଷ ମିଟୁ ନାୟକ କହିଥିଲେ ଯେ ପ୍ରଶାସନିକ ଅଧିକାରୀ ମାନେ କାହିଁକି ଉକ୍ତ ବୈଠକ କୁ ଆସି ଲେ ନାହିଁ ସେ ବିଷୟରେ କିଛି କହି ପାରିବେ ନାହିଁ କିନ୍ତୁ ରଥଯାତ୍ରା ରେ କୌଣସି ଅଘଟଣ ଘଟିଲେ ପ୍ରଶାସନ ସମ୍ପୂର୍ଣ ରୂପେ ଦାୟୀ ରହିବେ । ଏ ସମ୍ପର୍କ ରେ ବାଣପୁର ତହସିଲଦାର ଙ୍କୁ ପ୍ରଶ୍ନ କରାଯିବରେ ସେ କହିଲେ ବିଭିନ୍ନ କାର୍ଯ୍ୟକ୍ରମ ଯୋଗୁଁ ସେ ବୈଠକ ରେ ଯୋଗ ଦେଇ ପାରିବେନି ବୋଲି ଜଣାଇ ଦେଇଛନ୍ତି । ବାଣପୁର ଥାନା ଅଧିକାରୀ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ ସେମାନେ ଏ ସମ୍ପର୍କ ରେ ଅବଗତ ନାହାନ୍ତି ।

Leave a Reply

Your email address will not be published. Required fields are marked *