ବଡ଼ମ୍ବା ବ୍ଳକ୍ ସମ୍ମିଳନୀ କକ୍ଷ ରେ ପଞ୍ଚମ ସାଧାରଣ ପଞ୍ଚାୟତ ସମିତି ଅଧିବେଶନ ଅନୁଷ୍ଠିତ !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବଡ଼ମ୍ବା ବ୍ଳକ୍ ସମ୍ମିଳନୀ କକ୍ଷ ରେ ପଞ୍ଚମ ସାଧାରଣ ପଞ୍ଚାୟତ ସମିତି ଅଧିବେଶନ ଅନୁଷ୍ଠିତ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ନବ ନିର୍ବାଚିତ ବିଧାୟକ ବିଜୟ କୁମାର ଦଳବେହେରା ଯୋଗ ଦେବା ସହ ବ୍ଳକ୍ ଅଧ୍ୟକ୍ଷ ରଘୁପତି ମହାନ୍ତି, ବ୍ଳକ୍ ଉପାଧ୍ୟକ୍ଷା ସ୍ୱର୍ଣଲତା ବେହେରା, ୩୦ ନମ୍ୱର୍ ଜିଲ୍ଲା ପରିଷଦ ରବୀନ୍ଦ୍ର କୁମାର ସାହୁ, ବ୍ଳକ୍ ବିଡ଼ିଓ ରମେଶ ଚନ୍ଦ୍ର ଜେନା ଙ୍କ ସମେତ ବ୍ଳକ୍ ଅଧୀନ ରେ ଥିବା ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଏବଂ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ । ପ୍ରଶାସନର ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ବିଧାୟକ ଶ୍ରୀ ବିଜୟ କୁମାର ଦଳବେହେରା ! ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ପାନୀୟ ଜଳ ଯୋଗାଣ ଆଦି ସମସ୍ତ ବିଭାଗର ଢିଲା ମନୋଭାବକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହିତ ତୁରନ୍ତ ସମସ୍ତ କାର୍ଯ୍ୟକ୍ରମ ହାତକୁ ନେଇ ଯଥାଶୀଘ୍ର ସାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ବିଧାୟକ ଶ୍ରୀ ଦଳବେହେରା ! ଦଳ ମତ ନିର୍ବିଶେଷରେ ପ୍ରଥମେ ବଡ଼ମ୍ବା ବ୍ଲକ ର ୧୩୧ ଗାଁ କୁ କିପରି ପାନୀୟ ଜଳ ଯୋଗାଇ ଦିଆଯିବ ତାକୁ ପ୍ରାଥମିକତା ଦେବା ସହିତ ବଡ଼ମ୍ବା ମେଡିକାଲ ରେ ଆଲୋକ ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବ୍ଲକ ପ୍ରଶାସନର କର୍ମଚାରୀ ମାନେ ବିଶେଷ କରି ପଞ୍ଚାୟତ ସ୍ତରରେ ହେଉଥିବା ବିକାଶମୂଳକ କାର୍ଯ୍ୟକୁ ତ୍ବରାନ୍ବିତ କରାଯିବା ସହିତ ଉପସ୍ଥିତ ସମସ୍ତ ଜନପ୍ରତିନିଧି ମାନଙ୍କୁ ସଚେତନ କରାଇବାକୁ ପରାମର୍ଶ ଦେଇଥିଲେ । ସମସ୍ତ ଙ୍କ ସହଯୋଗ ମିଳିଲେ ଅଞ୍ଚଳ ର ବିକାଶ ହୋଇପାରିବ ବୋଲି ଆଲୋଚନର ଶୀର୍ଷକ ପାଲଟିଥିଲା ।

Leave a Reply

Your email address will not be published. Required fields are marked *