ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଶରଣକୁଳ ହାଇସ୍କୁଲ ଛକ ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଡମ୍ଫର ଧକାରେ ଛଅ ମୃତ ଜଣେ ଗୁରୁତର । ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଛି । ଭାରସାମ୍ୟ ହରାଇ ଡମ୍ଫରଟି ଲୋକମାନଙ୍କ ଉପରେ ଚଢ଼ିଯାଇ ଥିବା ସୂଚନା । ମୃତକମାନେ ହେଲେ ରାକେଶ ମହାପାତ୍ର (୧୭) ସୁବାସିନୀ ସାହୁ (୪୨) ସରୋଜିନୀ ସାହୁ (୩୫) ନିଳକଣ୍ଠ ମହାରଣା(୮୦) କାଜଲ ମହାରଣା(୧୫) ପଦ୍ମଲୋଚନ ସାହୁ(୩୦) . ସମସ୍ତ ଶରଣକୁଳ ସୁହାର ସାହି ଓ ଚୁଡାମିଲ୍ ସାହି ର ବୋଲି ଜଣାପଡିଛି । ଘଟଣାସ୍ଥଳରେ ଉତେଜନା ଲାଗିରହିଥିବା ବେଳେ ମୃତ ଦେହକୁ ରଖି ସ୍ଥାନିୟ ଲୋକ ଓଡ଼ଗାଁ ନୟାଗଡ଼ ରାସ୍ତା କୁ ଅବରୋଧ କରି ରଖିଛନ୍ତି । ଉତେଜନା କୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।