କାର୍ତ୍ତିକେଶ୍ୱର ପୂଜାରେ ମୂର୍ତ୍ତୀ ଉଚତା ଚାରି ଫୁଟ

0
221

କଟକ ( ଆୱାଜ ମିଡ଼ିଆ ) – ସଞ୍ଜୟ ଚକ୍ରବର୍ତ୍ତୀ : କଟକ ହରିପୁର ଦୋଳମୁଣ୍ଡାଇ ପୂଜା ମଣ୍ଡପରେ ପୂଜା ପାଇବେ ପ୍ରଭୁ କାର୍ତ୍ତିକେଶ୍ୱର । ଚଳିତବର୍ଷ କୋଭିଡର ସ୍ଥିତିକୁ ଦୃଷ୍ଟିରେ ରଖି ପୂର୍ବ ଭଳି ବଡ ଉଚତାର ମୂର୍ତି ତିଆରି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁମତି ମିଳି ଥିବା ବେଳେ ପୂଜା ମଣ୍ଡପରେ ୪ ଫୁଟ ଉଚତାର ମୂର୍ତ୍ତୀ ପୂଜା ପାଇବେ . ଏ ନେଇ ଜିଲ୍ଲା ପ୍ରଶାସନ ସମସ୍ତ ପୂଜା କମିଟିକୁ ସୂଚାଇ ଦିଆଯାଇଅଛି । ଚଳିତବର୍ଷ କୌଣସି ପ୍ରକାର ସାଜସଜ୍ଜା କିମ୍ବା ତୋରଣ ନିର୍ମାଣ କରାଯାଇପାରିବ ନାହିଁ ବୋଲି ସ୍ପଷ୍ଟ କରାଯାଇଅଛି । ସେହିପରି ଭଷାଣି ଶୋଭାଯାତ୍ରା ବିନା ଡ଼ାକବାଜି ଯନ୍ତ୍ରରେ ସମସ୍ତ ନିୟମ ମାନି ଶାନ୍ତିପୂର୍ଣ୍ଣ ଭାବେ କରାଯିବ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ଅବଗତ କରାଯାଇଅଛି । କୋଭିଡ କଟକଣା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନର ସମସ୍ତ ନିୟମ ମାନି ହରିପୁର ପୂଜା ମଣ୍ଡପରେ ପ୍ରଭୂ କାର୍ତ୍ତିକେଶ୍ୱରଙ୍କ ପୂଜା କରାଯିବ ବୋଲି ପ୍ରକାଶ କରିଛନ୍ତି ହରିପୁର ଦୋଳମୁଣ୍ଡାଇ ପୂଜା କମିଟି ର ସାଧାରଣ ସମ୍ପାଦକ ଲିଙ୍ଗରାଜ ହାତୀ ।

LEAVE A REPLY

Please enter your comment!
Please enter your name here