କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ସହରରେ 15 ଦିନିଆ ଲକଡାଉନ ଆରମ୍ଭ ହୋଇଛି | ଉପଖଣ୍ଡ ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବାଲିଗୁଡା ସହରରେ ଯାଞ୍ଚ ବ୍ୟବସ୍ଥା ସହ ପୋଲିସ ତୁହାକୁ ତୁହା ସହରରେ ପଇଁତରା ମାରୁଛି |
କେବଳ ଔଷଧ ଦୋକାନ, ଫଳ ଦୋକାନ, ତେଜରାତି ଦୋକାନ, କ୍ଷୀର ଓ ପାଉଁରୁଟି ଦୋକାନ, ବହି ଦୋକାନ କୁ ଛାଡି ଦେଲେ ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିଛି | ଯାନବାହାନ ଚଳାଚଳ ବନ୍ଦ ଥିବାରୁ ଲୋକମାନେ ଚାଲିଚାଲି ଜିନିଷ କିଣୁଥିବାର ଦେଖିବାକୁ ମିଳୁଛି | ଟାଉନ ର ସ୍ଥାନେ ସ୍ଥାନେ ନାକା ପୋଷ୍ଟ ରେ ପୋଲିସ ରହି ଅମାନିଆ ଦୁଇ ଚକିଆ ଓ ଚାରି ଚକିଆ ଯାନବାହାନ ଚଳାଚଳ ଉପରେ ତୀକ୍ଷ୍ଣ ନଜର ରଖି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି |
ଉପ-ଜିଲ୍ଲାପାଳ ଡ଼.ଶୁଭଙ୍କର ମହାପାତ୍ର ସହରରେ ବୁଲି ଲକଡାଉନ ସ୍ଥିତି ଅନୁଧ୍ୟାନ କରିବା ସହିତ ଲୋକଙ୍କୁ ଆବଶ୍ୟକ ନ ଥିଲେ ଘରୁ ନ ବାହାରିବାକୁ ବୁଝାଉଛନ୍ତି | ତହସିଲଦାର ଶଶାଙ୍କ ଶେଖର ପାତ୍ର ଟାଉନର ପ୍ରତ୍ୟେକ ସାହି ସାହି ବୁଲି ସ୍ଥିତି ପରଖି ଲୋକଙ୍କୁ ସଚେତନ କରାଉଛନ୍ତି | ପୋଲିସ ପକ୍ଷରୁ ସହରକୁ ଆସୁଥିବା ପ୍ରତେକ ଯାନବାହାନ କୁ କଡାକଡି ଭାବେ ଯାଞ୍ଚ ବ୍ୟବସ୍ଥା ମଧ୍ୟ କରାଯାଉଛି |