ବିଦ୍ୟୁତ ତାର ଲାଗି ଗାଈ ର ମୃତ୍ୟୁ , ବିଦ୍ୟୁତ ବିଭାଗ ଦେବ କ୍ଷତିପୂରଣ

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଗେଡ଼ିଆପଲ୍ଲୀ ପଞ୍ଚାୟତର ଗୌଡ଼ପଟଣା ଗ୍ରାମର ରବୀନ୍ଦ୍ର ବେହେରା ଙ୍କର ଗାଈ ବିଦ୍ୟୁତ ତାର ଲାଗି ମୃତ୍ୟୁ ବରଣ କରିଥିଲା । ଏ ନେଇ ଶ୍ରୀ ବେହେରା କଳାପଥର ବିଦ୍ୟୁତ ଡିଭିଜନର ୪ ଜଣ ବିଦ୍ୟୁତ କର୍ମଚାରୀ ବିଦ୍ୟୁତ ତାର ମରାମତି କରିବାକୁ ଆସିଥିବା ବେଳେ କ୍ଷତିପୂରଣ ଦାବିରେ ତାଙ୍କୁ ଅଟକାଇ ରଖିଥିଲେ । ବିଳମ୍ବିତ ସମୟ ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ନହେବାରୁ ଦୁଇଟି ଗ୍ରାମ ଅନ୍ଧକାରରେ ରହିଥିଲା । ଶେଷରେ ଚାଷୀଟି ବାଧ୍ୟ ହୋଇ ବେଗୁନିଆ ଥାନାରେ ଅଭିଯୋଗ କରିବା ପରେ ବେଗୁନିଆ ବିଦ୍ୟୁତ ବିଭାଗର ଏସଡିଓ ଗୌରାଙ୍ଗ ଚନ୍ଦ୍ର ମଣ୍ଡଳ ଘଟଣାରେ ହସ୍ତକ୍ଷେପ କରି କ୍ଷତିପୂରଣ ଦେବା ପାଇଁ ପ୍ରତିଶ୍ରୁତି ଦେବା ପରେ ସ୍ଵଭାବିକ ଭାବରେ କାର୍ଯ୍ୟ ହୋଇଥିଲା । ତେବେ ବେଗୁନିଆ ବିଦ୍ୟୁତ ଡିଭିଜନ ର କଳାପଥର ସେକ୍ସନ ରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀଙ୍କର ଖାମଖିଆଲି ଏବଂ ମନୋମୁଖୀ କାରବାର ଯୋଗୁଁ ବହୁ ସମୟ ଧରି ବିଦ୍ୟୁତ ବିଭ୍ରାଟ ହେବା ସହିତ ଦୁର୍ଘଟଣା ମାନ ଘଟୁଥିବାର ଲୋକେ ଅଭିଯୋଗ କରିଛନ୍ତି .

Leave a Reply

Your email address will not be published. Required fields are marked *