ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ବହୁଚର୍ଚ୍ଚିତ ନୟାଗଡ଼ ପରୀ ଅପହରଣ ଓ ହତ୍ୟା ମାମଲା ଦିନକୁ ଦିନ ଜଟିଳ ପରିସ୍ଥିତି ଆଡ଼କୁ ଗତି କରିବାରେ ଲାଗିଛି ।ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି ସହ ଅଭିଯୁକ୍ତକୁ ଶୀଘ୍ର ଗିରଫ କରିବା ପାଇଁ ଦାବି ଯୋର ଧରୁଛି । ଏ ମଧ୍ୟରେ କଂଗ୍ରେସର ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାରଙ୍କ ଅଧ୍ୟକ୍ଷତାରେ କଂଗ୍ରେସର ଏକ ଟିମ ଯଦୁପୁର ଆସି ପରୀର ପରିବାର କୁ ଭେଟି ସମବେଦନା ଜଣାଇଛନ୍ତି । କଂଗ୍ରେସ ରାଜ୍ୟ ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ରାଜ୍ୟ ପ୍ରଭରୀଙ୍କ ସହିତ ଦଳୀୟ ବିଧାୟକ ମାନେ ଘଟଣାସ୍ଥଳକୁ ଯାଇ ପରୀର ପରିବାର ଲୋକ ଏବଂ ଗ୍ରାମବାସୀମାନଙ୍କୁ ଭେଟିଥିଲେ . ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ପରିବାର ବର୍ଗଙ୍କ ଠାରୁ ପଚାରି ବୁଝିଥିଲେ । ରାଜ୍ୟ ସରକାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେବା ପରେ ହାଇକୋର୍ଟର ଜଜ କମିଟିର ଅଧ୍ୟକ୍ଷତା କରୁଛନ୍ତି . ତେଣୁ ଖୁବ ଶୀଘ୍ର ଅଭିଯୁକ୍ତ ଗିରଫ ହେବ ବୋଲି ଆଶା ରଖିଛନ୍ତି ସମସ୍ତେ . ଅନ୍ୟ ପକ୍ଷରେ ସିବିଆଇ ତଦନ୍ତ ଦାବି କରୁଥିବା ବିଜେପି କେବଳ ଘଟଣା କୁ ନେଇ ରାଜନୀତି କରୁଥିବା ଚେଲ୍ଲା କୁମାର ପ୍ରକାଶ କରିଛନ୍ତି ।