ପରୀ ଘଟଣାର ସିବିଆଇ ତଦନ୍ତ ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବୀରେ ରାଜଭବନ ଆଗରେ ବିଜେପିର ବିକ୍ଷୋଭ !!

0
316

Loading

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନୟାଗଡ଼ର ବହୁ ଚର୍ଚ୍ଚିତ ନାବାଳିକା ଅପହରଣ ଓ ହତ୍ୟା ଘଟଣା ନେଇ ବଢ଼ିବାରେ ଲାଗିଛି ଉତ୍ତେଜନା , ଦୃଢ ହେବାରେ ଲାଗିଛି ନ୍ୟାୟ ପାଇଁ ଦାବୀର ସ୍ୱର . ଘଟଣାର ସିବିଆଇ ତଦନ୍ତ ତଥା ମନ୍ତ୍ରୀ ଅରୁଣ ସାହୁଙ୍କର ଇସ୍ତଫା ଦାବୀ କରି ଭାରତୀୟ ଜନତା ପାର୍ଟି ତରଫରୁ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି . ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ଦଳୀୟ କର୍ମୀ ଆନ୍ଦୋଳନରେ ସାମିଲ ହୋଇଥିଲେ . ମହିଳା ମୋର୍ଚ୍ଚାର ଏକ ପ୍ରତିନିଧି ଦଳ ରାଜଭବନ ମଧ୍ୟକୁ ଯାଇ ମହାମହିମ ରାଜ୍ୟପାଳଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ . ତେବେ ଘଟଣାର ନିରପେକ୍ଷ ଯାଞ୍ଚ ପାଇଁ ସିବିଆଇକୁ ତଦନ୍ତ ଦାୟିତ୍ୱ ପ୍ରଦାନ କରିବାକୁ ଦଳ ଦୃଢ ଭାବରେ ଦାବୀ କରିଛି . ଅନ୍ୟ ପକ୍ଷରେ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଘଣ୍ଟ ଘୋଡାଇଥିବା ନୟାଗଡ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବୀ କରିଛି ରାଜ୍ୟ ବିଜେପି .

LEAVE A REPLY

Please enter your comment!
Please enter your name here