ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଭିଭାବକ ସଂଘ !!!

0
186

Loading

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ବେସରକାରୀ ବିଦ୍ୟାଳୟ ଗୁଡିକର ମନମୁଖୀ କାର୍ଯ୍ୟ ଦିନକୁ ଦିନ ଅଭିଭାବକ ମାନଙ୍କୁ ଅତିଷ୍ଠ କରିଦେଉଛି । ଯାହାର ଜ୍ଵଳନ୍ତ ଉଦାହରଣ ସାଜିଛି ଢେଙ୍କାନାଳ ଉପକଣ୍ଠରେ ଥିବା ଦିଲ୍ଲୀ ପବ୍ଲିକ ସ୍କୁଲ । ଏହି ବିଦ୍ୟାଳୟର ମନମୁଖୀ ରିଆଡ଼ମିଶନ ଫି ଆଦାୟ, କରୋନା ସମୟରେ କୌଣସି ଗାଡ଼ି ଚାଲୁ ନଥିଲେ ମଧ୍ୟ ଜବରଦସ୍ତ ବାହାନ ଖର୍ଚ୍ଚ ଆଦାୟ ଅଭିଭାବକ ମହଲରେ ବଢ଼ିଛି ଅସନ୍ତୋଷ । ଯାହାର ପ୍ରଭାବ ସ୍ୱରୂପ ଢେଙ୍କାନାଳର ଅଭିଭାବକ ସଂଘ ଏକତ୍ରିତ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଶାନ୍ତି ପୂର୍ଣ ଧାରଣା ଦେଇଥିଲେ । ତେବେ ଏହା ପୂର୍ବରୁ ଅଭିଭାବକ ମାନେ ଏକ ବୈଠକ ଡାକି ଏ ସମ୍ବନ୍ଧରେ ଆଲୋଚନା କରି ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିପାରି ନଥିଲା । ମାନ୍ୟବର ଉଚ୍ଚ ନ୍ୟାୟାଳୟ ଙ୍କର ନିଷ୍ପତି କୁ ଦିଲ୍ଲୀ ପବ୍ଲିକ ସ୍କୁଲ ବାରମ୍ବାର ବେଖାତିର କରିବା ଅଭିଭାବକ ମହଲରେ ଚିନ୍ତାର ବିଷୟ ପାଲଟି ଯାଇଛି । ଅଭିଭାବକ ମାନଙ୍କର ଗଣଧାରଣା କୁ ଜିଲ୍ଲାପାଳ ମହୋଦୟ ଗୁରୁତ୍ୱ ର ସହ ନେଇଛନ୍ତି . ବିଦ୍ୟାଳୟ କିପରି ଭାବେ ଉଚ୍ଚ ନ୍ୟାୟାଳୟ ଙ୍କର ଆଦେଶକୁ ମାନିବା ସହ ସମସ୍ତ ଅଯଥା ଦେୟ ଆଦାୟ କରିବାରୁ ନିବୃତ୍ତ ରହିବ ସେଥି ପାଇଁ ଅଭିଭାବକ ସଂଘର ଜିଲ୍ଲା ଆବାହକ ରଘୁନାଥ ପ୍ରସାଦ ମିଶ୍ର ଜିଲ୍ଲାପାଳଙ୍କୁ ଅନୁରୋଧ ରଖିଛନ୍ତି । ଆଜିର ଏହି ଗଣଧାରଣା ରେ ଅନ୍ୟ ଅଭିଭାବକ ମାନେ ମଧ୍ୟ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here