ତାଳବସ୍ତ ଧମାକାରେ – ଚର୍ଚ୍ଚିକା କ୍ରିକେଟ ଟିମ ବିଜୟୀ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ତାଳବସ୍ତ ଧମାକାରେ ଚର୍ଚ୍ଚିକା କ୍ରିକେଟ ଟିମ ବିଜୟୀ | ଗ୍ରାମାଞ୍ଚଳ କ୍ରିକେଟ ଖେଳକୁ ଲୋକ ଲୋଚନକୁ ଆଣିବାର ନୂଆ ପ୍ରୟାସ | ଡମପଡା ବ୍ଲକର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଶ୍ରୀରାମ କମିଟି ସହଯୋଗରେ ତାଳବସ୍ତ ଅରପୁର ଫାଣ୍ଡି ପଡିଆରେ ଗ୍ରାମାଞ୍ଚଳର 8 ଟି କ୍ରିକେଟ ଦଳକୁ ନେଇ ଦିନିକିଆ “ତାଳବସ୍ତ ଧମାକା ” ଆୟୋଜନ ହୋଇଥିଲା | ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ନିରଞ୍ଜନ ଉପାଧ୍ୟାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରିକେଟ ଧମାକାକୁ ଉଦଘାଟନ କରିଥିଲେ | ଅନ୍ୟତମ ଅତିଥି ଭାବେ ପ୍ରକୃତିବନ୍ଧୁ ବିଶ୍ୱ ରଂଜନ ସ୍ବାଇଁ ଏବଂ ଯୁବ ସଂଗଠକ ବଳଭଦ୍ର ରଣା ଯୋଗଦେଇ ଅନୁଷ୍ଠାନର ଯୁବ ଖେଳାଳୀ ଚୟନ ପ୍ରତିଭାକୁ ପ୍ରଶଂସା କରିଥିଲେ | ବାଙ୍କୀର ଚର୍ଚ୍ଚିକା କ୍ରିକେଟ ଦଳ 10 ଉଇକେଟରେ ଜିତିଥିଲେ | ପଦନପୁର କ୍ରିକେଟ ଦଳ ଉପବିଜେତା ହୋଇଥିଲେ | ଉଭୟ ଦଳ ଏବଂ ପାଞ୍ଚ ଜଣ ଯୁବ ଖେଳାଳିଙ୍କୁ ଉତ୍ତରୀୟ ଟ୍ରଫି ଏବଂ ଆର୍ଥିକ ସହାୟତା ଆୟୋଜକଙ୍କ ତରଫରୁ ପ୍ରଦାନ କରି ଉତ୍ସାହିତ କରାଯାଇଥିଲା | ସକ୍ରିୟ ସଦସ୍ୟ ସ୍ୱାଧୀନ ସାହୁ, ମିଲନ ପ୍ରଧାନ, ଚନ୍ଦନ ମହାନ୍ତି ପ୍ରମୁଖ ଖେଳ ପରିଚାଳନା ରେ ସହଯୋଗ କରିଥିଲେ |

Leave a Reply

Your email address will not be published. Required fields are marked *